Sunday, September 27, 2026
22.6 C
Odisha

    ‘ଆନିମଲ’କୁ ରୋକିପାରିଲାନି ‘ଡଙ୍କି’ ଓ ‘ସାଲାର’, ୯୦୦କୋଟି କ୍ଲବରେ ସାମିଲ ହେଲା ଫିଲ୍ମ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’କୁ ରିଲିଜ ହେବାର ୬ସପ୍ତାହ ବିତିଗଲାଣି। ହେଲେ ଏବେ ମଧ୍ୟ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଟଙ୍କା ରୋଜଗାର କରୁଛି। ଯଦିଓ ପୂର୍ବ ଅପେକ୍ଷା ଫିଲ୍ମର ଦୈନିକ ଆୟ କମ ହୋଇଛି। ହେଲେ ଅଳ୍ପ ଆୟ କରି କରି ତାଙ୍କ ଫିଲ୍ମ ଏବେ ୯୦୦କୋଟି ଆୟ କରିସାରିଲାଣି।

    କିଙ୍ଗ ଶାହରୁଖ ଖାନଙ୍କ ‘ଡଙ୍କି’ ଓ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’ ଭଳି ବଡ଼ ବଜେଟ ଫିଲ୍ମ ରିଲିଜ୍ ହୋଇଥିଲେ ବି ବକ୍ସ ଅଫିସରୁ ହଟିନାହିଁ ‘ଆନିମଲ’। ଏବେ ବି ଲୋକେ ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚୁଛନ୍ତି। ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମ ୯୦୦କୋଟି ଆୟ କରିଥିବା ବେଳେ ଏହା ରଣବୀର କପୁରଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଛି।

    ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ବବି ଦେଓଲ, ରଶ୍ମିକା ମନ୍ଦନା, ଅନୀଲ କପୁର ଓ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ରଣବୀର ଓ ବବି ଦେଓଲଙ୍କ ଭିନ୍ନ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରୁଥିବା ବେଳେ ଚର୍ଚ୍ଚାରେ ରହିଥିଲେ ଅଭିନେତ୍ରୀ ତୃପ୍ତି ଡିମ୍ରି । ଫିଲ୍ମରେ କମ ସମୟ ପାଇଁ ନଜର ଆସି ମଧ୍ୟ ସେ ଦର୍ଶକଙ୍କ ମନ କିଣିଥିଲେ । ଫିଲ୍ମ‌ରେ ରଣବୀରଙ୍କ ସହ ଥିବା ତାଙ୍କର ଅନ୍ତରଙ୍ଗ ଦୃଶ୍ୟ ହଇଚଇ ସୃଷ୍ଟି କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ