Monday, March 23, 2026
22 C
Odisha

    ‘Paytm ନୁହେଁ ଅନ୍ୟ ପ୍ଲାଟଫର୍ମର ବ୍ୟବହାର କରନ୍ତୁ’… ଆରବିଆଇର ପଦକ୍ଷେପ ପରେ ଏଭଳି କହିଲେ CAIT ରାଷ୍ଟ୍ରୀୟ ମହାସଚିବ

    ଆଗକୁ ପଢନ୍ତୁ

    ଗୋଟେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ପରେ ଅନଲାଇନ୍ ପେମେଣ୍ଟଣ୍ଟ ପ୍ଲାଟଫର୍ମ ପେ ଟିଏମ ଅବସ୍ଥା ଶୋଚନୀୟ ହୋଇପଡିଲାଣି । ଣ୍ଟ କମ୍ପାନୀର ସମସ୍ୟା କମିବା ବଦଳରେ ଗୁରୁତର ହେବାରେ ଲାଗିଛି । ସେୟାର ମାର୍କେଟରେ ମଧ୍ୟ ପେଟିଏମକୁ ନିରାଶ ହେବାକୁ ପଡିଛି । ଏପରି ସମୟରେ କନଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ପକ୍ଷରୁ ବ୍ୟବସାୟୀଙ୍କୁ ଆଲର୍ଟ କରିଛନ୍ତି ଏହାର ରାଷ୍ଟ୍ରୀୟ ସଚିବ । ବ୍ୟବସାୟୀକ ଲେଣଦେଣ ପାଇଁ ପେଟିଏମ ନୁହେଁ ବରଂ ଅନ୍ୟ କୌଣସି ପ୍ଲାଟଫର୍ମକୁ ବ୍ୟବହାର କରିବାକୁ ଦେଶର ନାଗରିକ ତଥା ଛୋଟ ବଡ ବ୍ୟବସାୟୀଙ୍କୁ ବାର୍ତ୍ତା ଦେଇଛନ୍ତି ସିଏଆଇଟି ରାଷ୍ଟ୍ରୀୟ ସଚିବ ପ୍ରବୀଣ ଖଣ୍ଡେଲୱାଲ । ସେ କହିଛନ୍ତି ଯେ, ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କ ବ୍ୟାନ୍ ଲଗାଇବା ପରେ ବ୍ୟବସାୟୀମାନେ ନିଜ ଅର୍ଥକୁ ସୁରକ୍ଷିତ ରଖିବାକୁ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବା ଉଚିତ । ନଚେତ୍ ଯେକୌଣସି ସମୟରେ ସେମାନଙ୍କୁ ଅର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ