Saturday, October 10, 2026
27.9 C
Odisha

    ନ୍ୟାୟ ଯାତ୍ରା ପାଇଁ ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବେ ରାହୁଲ ଗାନ୍ଧୀ: ଶରତ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତାବିତ ଜିଲ୍ଲା ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଝାରଖଣ୍ଡ ପଟୁ ଓଡ଼ିଶା ଭିତରକୁ ପ୍ରବେଶ କରିବେ ଓ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଗଞ୍ଜାମ , କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଆଦି ୧୦ ଜିଲ୍ଲା ଦେଇ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ। ପିସିସି ସଭାପତି ଆହୁରି କହିଛନ୍ତି, ୯୦ ମିଶନ ସଫଳ ପାଇଁ କଂଗ୍ରେସ ଅଙ୍କ କଷୁଛି। ୨୦୧୯ ନିର୍ବାଚନରେ ଦଳ ୬୯ଟି ଆସନରେ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଥିବା ଓ ସଂଗଠନକୁ ହାତରେ ରଖିଥିବା ନେତାଙ୍କୁ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ପୁଣି ପ୍ରାର୍ଥୀ କରିବ।

    ସୂଚନାଯୋଗ୍ୟ, ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ପିସିସି ସଭାପତି ଦିଲ୍ଲୀ ଯାଇଛନ୍ତି। ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ, ସେହିସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ