Saturday, July 27, 2024
24.5 C
Odisha

    ବଦଳିଲା ନ୍ୟାସନାଲ ପେନସନ୍ ସିଷ୍ଟମ ନିୟମ

    ଆଗକୁ ପଢନ୍ତୁ

    ପେନସନ୍ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧୀକରଣ ତରଫରୁ ନ୍ୟାସନାଲ ପେନସନ ସିଷ୍ଟମ ନିୟମର ବଡ ପରିବର୍ତ୍ତନ କରାଯାଇଛି । ଏନପିଏସରୁ ଟଙ୍କା ଉଠାଣ ନେଇ ଜାରି ହୋଇଥିବା ନୂଆ ନିୟମ ଫେବୃଆରୀ ପହିଲାରୁ ଲାଗୁ କରାଯିବ । ପିଏଫଆରଡିଏ ମୁତାବକ ଏନପିଏସର ନୂଆ ନିୟମ କ୍ରମରେ ଜମା ଖାତାରୁ ଏକ କାଳୀନ ସର୍ବାଧିକ ୨୫ ପ୍ରତିଶତ ଅର୍ଥ ଉଠାଣ କରିହେବ । ଏହି ଅର୍ଥ ନିଯୁକ୍ତିଦାତା ଓ କର୍ମଚାରୀ ଉଭୟଙ୍କ ଟଙ୍କାରୁ ଉଠାଣ କରିହେବ । ଏନପିଏସ ଖାତା ଧାରକମାନେ ତାଙ୍କ ନିବେଶ ସମୟ ମଧ୍ୟରେ କେବଳ ୩ଥର ଆଂଶିକ ଭାବେ ଉଠାଣ କରିପାରିବେ । ଯଦି ଆଂଶିକ ଉଠାଣ କରୁଛନ୍ତି ତେବେ ସର୍ବନିମ୍ନ ୩ ବର୍ଷ ନିବେଶ କରିବା ପରେ ଏହା କରିପାରିବେ । ଏହାର ଅର୍ଥ ୨୫ ପ୍ରତିଶତ ଅର୍ଥ ନିବେଶ ଆରମ୍ଭ କରିବାର ୩ବର୍ଷ ପରେ କୌଣସି ବି ସମୟରେ ଉଠାଇ ପାରିବେ । ଏହା କେବଳ ପିଲାଙ୍କ ଶିକ୍ଷା, ବାହାଘର, ଘର ନିର୍ମାଣ କିମ୍ବା ଚିକିତ୍ସା ଭଳି କାର୍ଯ୍ୟ ପାଇଁ ଉଠାଇପାରିବେ । ଏହାସହ ଆପଣ ଜମା କରିବା ଅବଧି ଶେଷ ହେବା ଯାଏଁ ମାତ୍ର ୩ ଥର ଆଂଶିକ ଉଠାଣ କରିପାରିବେ ।

    ପିଏଫଆରଡିଏ ମୁତାବକ ଜଣେ ନିବେଶକ ୬୦ ବର୍ଷ ବୟସ ପରେ ଏନପିଏସର ସମ୍ପୂର୍ଣ୍ଣ ପରିପକ୍ୱ ରାଶିରୁ ଏକକାଳୀନ ୬୦ ପ୍ରତିଶତ ଅର୍ଥ ଉଠାଣ କରିପାରିବେ । ଏହା ଟ୍ୟାକ୍ସ ଫ୍ରି ହେବ । ବାକି ୪୦ ପ୍ରତିଶତ ପରିପକ୍ୱ ରାଶି ଆନ୍ୟୁଟି ପ୍ଲାନରେ ନିବେଶ କରିବାକୁ ପଡିବ । ଏଥିରୁ ନିବେଶକାରୀଙ୍କୁ ମାସିକ ପେନସନ୍ ମିଳିବ । ଆନ୍ୟୁଟିରେ ନିବେଶ କରାଯାଉଥିବା ରାଶି ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି, ବାକି ଆନ୍ୟୁଟିରୁ ମିଳୁଥିବା ରାଶି ଉପରେ କୌଣସି କର ଛାଡ ହେବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ