Saturday, October 10, 2026
27.9 C
Odisha

    କୁକୁଡା ଖାଇବାକୁ ଆସି ଫସିଗଲା ଅଜଗର, ଉଦ୍ଧାର କଲା ବନବିଭାଗ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରିକୁ ଲାଗି ରହିଥିବା ସତୀଗୁଡ଼ା ଡ୍ୟାମ ସାଇଡ଼ରେ ଏକ ବିରାଟ ଅଜଗର ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଏହି ଅଜଗରଟି ଗାଁ ଭିତରେ ପଶିଥିଲା। ସତୀଗୁଡା ଗାଁର ଏକ କୁକୁଡ଼ା ଦୋକାନରେ ପଶି ଗୋଟିଏ କକୁଡ଼ା ଓ ଗୋଟିଏ ବତକ ଖାଇଥିଲା। ସ୍ଥାନୀୟ ଲୋକେ ଅଜଗରକୁ ଦେଖି ଭୟଭୀତ ହୋଇଥିଲେ। ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।

    ସ୍ନେକଙ୍କ ହେଲ୍ପ ଲାଇନର ସଦସ୍ୟ ବି.ବିଭୁତି ଭୂଷଣ ଓ ଶରତ ନାୟକ ଘଟଣାସ୍ଥଳରେ ପହଂଚି ଅଜଗରକୁ ଉଦ୍ଧାର କରିଥିଲେ। ପରେ ଖବର ପାଇ ଡିଏଫଓ ଶ୍ରୀ କତ୍ତାପାଲି ପହଂଚି ସାପର ଚିକିତ୍ସା କରାଇଥିଲେ। ଅଜଗର ସାପର ଓଜନ ୧୫ କିଲୋ ଥିବା ବେଳେ ୯ ଫୁଟ ଲମ୍ବା ଥିଲା। ପରେ ବନ ବିଭାଗ ଦ୍ଵାରା ଜଙ୍ଗଲରେ ସାପକୁ ଛାଡି ଦିଆଯାଇଥିଲା। ପ୍ରକାଶ ଥାଉକି ପ୍ରତିବର୍ଷ ବର୍ଷା ଦିନେ ଅଜଗର ଖାଦ୍ୟ ଅନ୍ୱେଷଣରେ ଗାଁ ମୁଁହା ହୋଇଥାନ୍ତି। ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବିଭିନ୍ନ ଗ୍ରାମରେ ଅଜଗର ପଶି କୁକୁଡ଼ା ଖାଇବାର ନଜିର ରହିଛି। ଆଜି ସୁଦ୍ଧା ଏକ ଶହରୁ ଊର୍ଦ୍ଧ୍ବ ଅଜଗର ଗାଁ ମୁଁହା ହୋଇସାରିଲେଣୀ। କିନ୍ତୁ କୌଣସି ଲୋକଙ୍କ ଉପରେ ଅଜଗର ଆକ୍ରମଣ କରିଥିବା ନଜିର ନାହିଁ। କିନ୍ତୁ ଛୋଟଛୋଟ ପିଲାଙ୍କୁ ନେଇ ଗ୍ରାମବାସୀ ଭୟଭୀତ ରହିଛନ୍ତି। କୌଣସି ମୁହର୍ତ୍ତରେ ଛୋଟ ପିଲାଙ୍କୁ ଆକ୍ରମଣ କରିବାର ଭୟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ