Monday, September 28, 2026
27.5 C
Odisha

    ୮ ମାସ ପରେ ମୁକ୍ତ ହେଲା ଚୀନ୍‌ ଗୁପ୍ତଚର ବୋଲି ସନ୍ଦେହ କରାଯାଉଥିବା କଳାପାରା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଚୀନା ଗୁପ୍ତଚର ସନ୍ଦେହରେ ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଅଟକ ଥିବା ‌ଗୋଟାଏ କଳାପାରାକୁ ମୁକ୍ତ କରାଯାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।ସ‌େ ପାରା ଗୋଡ଼ରେ ଲାଗିଥିବା ରିଙ୍ଗ୍‌ରେ ପ୍ରାଚୀନ ମାଣ୍ଡାରିନ୍‌ ଭାଷାରେ କିଛି ରହସ୍ୟଜନକ ବାର୍ତ୍ତା ଓ ମାଇକ୍ରୋଚିପ୍‌ ଥିବା କଥା ଜଣାପଡ଼ିବା ପରେ ତାକୁ ଅଟକ ରଖାଯାଇଥିଲା। ପରିଶେଷରେ ଜଣାପଡ଼ିଲା, ନିରୀହ ପରାଟି ଗୁପ୍ତଚର ନୁହେଁ। ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ର ଗାର୍ଡମାନେ ଆନ୍ତର୍ଜାତିକ ଜାହାଜ ଲଙ୍ଗର ପକାଉଥିବା ଗୋଟାଏ ବନ୍ଦରରେ ସେ ପାରାଟିକୁ ଦେଖି ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ।

    ମୁମ୍ବାଇ ପୁଲିସ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରବୀନ୍ଦ୍ର ପାଟିଲ୍‌ ଏ ପାରାଟିକୁ ରଖବା ଲାଗି ପ୍ରାଣୀ ଚିକିତ୍ସାଳୟର ସହାୟତା ଲୋଡ଼ିଥିଲେ। ପ୍ରାଣୀ ଚିକିତ୍ସାଳୟର ମ୍ୟାନେଜର ଡାକ୍ତର ମୟୂର ଡାଙ୍ଗର୍‌ କହିଛନ୍ତି, ପାରାଟିର ଖୋଜଖବର ନେବାକୁ ଆଉ ପୁଲିସ ଆସି‌ଲା ନାହିଁ। ପାରା ଗୋଡ଼ରେ ଲାଗିଥିବା ଚିପ୍‌କୁ ଫୋରେନ୍‌ସିକ୍‌ ପରୀକ୍ଷା କରାଯିବାରୁ ଜଣାପଡ଼ିଲା ଯେ, ତାହା ତାଇୱାନ୍‌ରୁ ଚାଲିଆସିଥିବା ଗୋଟାଏ ପ୍ରତିଯୋଗୀ ପାରା। ସେ ନିରୀହ ବୋଲି ଜଣାପଡ଼ି‌ବା ସତ୍ତ୍ବେ ତାକୁ ୮ ମାସ ଧରି ବନ୍ଦୀ କରି ରଖାଯାଇଥିଲା ବୋଲି ଡାକ୍ତର ପାଟିଲ କହିଛନ୍ତି। ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ ଚଳିତ ସପ୍ତାହରେ ତାକୁ ମୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ