Saturday, April 11, 2026
37.2 C
Odisha

    ଫେବ୍ରୁଆରି ୧୬ରୁ +ଦୁଇ ପରୀକ୍ଷା; ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି କଟକଣା ସଂକ୍ଷେପରେ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍ଇ) ଦ୍ବାରା ପରିଚାଳିତ +ଦୁଇ ବାର୍ଷିକ ପରୀକ୍ଷା ଫେବ୍ରୁଆରି ୧୬ ତାରିଖ ଠାରୁ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ଆୟୋଜିତ ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଜାରି ରହିବ । ଚଳିତବର୍ଷ ମୋଟ୍‌ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି। ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛି। କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।ପରୀକ୍ଷା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ମୋଟ ୧୯ଟି ସିଟିଂରେ ହେବ ପରୀକ୍ଷା ହେବ। ପ୍ରତେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ। ତେଣୁ ସେମାନଙ୍କ ସୂଚୀକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁ ଦିନ ରହିଛି ସେଦିନ ଯୁକ୍ତ ପରୀକ୍ଷା ରଖାଯାଇନାହିଁ। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନ ପତ୍ର ପରୀକ୍ଷା ହବରେ ପହଞ୍ଚି ସାରିଛି। ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି।

    ପରୀକ୍ଷା ନିୟନ୍ତ୍ରକ ପ୍ରଶ୍ନ ପତ୍ର ବିଭ୍ରାଟ ହେବ ନାହିଁ ବୋଲି କହିଛନ୍ତି। ପରୀକ୍ଷା ଆରମ୍ଭ ୧୦ଟାରେ ହେବ। ୩୦ ମିନିଟ ପୂର୍ବରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ। ୧୫ ମିନିଟ ପୂର୍ବରୁ ପରୀକ୍ଷା ହଲରେ ପହଞ୍ଚିବା ପାଇଁ ସୂଚନା ଦିଆଯାଇଛି। ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାକୁ ସଠିକ ଭାବେ ଯାଞ୍ଚ କରିବାକୁ ପିଲାମନଙ୍କୁ ତାଗିଦ କରାଯାଇଛି। ଉତ୍ତର ଖାତାରେ ଠିକ ଭାବେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ପୂରଣ କରିବା ଦରକାର। ପରୀକ୍ଷାରେ କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରରେ ସିସି ଟିଭିକୁ ଗୁରୁତ୍ୱ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦରେ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି। କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ଭୁଲ ହେଲେ ତାର ଯାଞ୍ଚ କରାଯାଇପାରିବ। ପରୀକ୍ଷାର୍ଥୀ ପରୀକ୍ଷା ହଲକୁ କୌଣସି ଇଲୋକଟ୍ରନିକ ଜିନିଷ ନେଇପାରିବେ ନାହିଁ। ପାଣି ବୋତଲ, ଜ୍ୟାମିତି ବାକ୍ସ, ଆଡ଼ମିଟ କାର୍ଡ ସହ କଲମ ନେଇପାରିବେ। ସେପଟେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅଧିକ ୧ ଘଂଟା ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ କୌଣସି ଭାଇରାଲ ପ୍ରଶ୍ନ ପତ୍ରକୁ ବିଶ୍ୱାସ କରନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ