Saturday, April 11, 2026
24 C
Odisha

    ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା, ଜାନୁଆରି ୨ରୁ ପ୍ରାକ୍ଟିକାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଅପଡେ୍ଟ ଖବର ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି।

    ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଫେବ୍ରୁଆରି ୧୮ ତାରିଖ ଠାରୁ ୨୭ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ। ଫେବ୍ରୁଆରି ୧୮ ତାରିଖ ଦିନ ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଆରମ୍ଭ ହେବ। ସେହିପରି ଫେବ୍ରୁଆରି ୧୯ ତାରିଖ ଠାରୁ କଳା ଓ ବାଣିଜ୍ୟର ଥିଓରି ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ୧୨ ତାରିଖ ଯାଏଁ ଜାରି ରହିବ।

    ସୂଚନାଯୋଗ୍ୟ, ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୫ ପାଇଁ ଗତ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା। ବିନା ଜରିମାନାରେ ଏହି ପ୍ରକ୍ରିୟା ‌ଅକ୍ଟୋବର ୧ ତାରିଖ ଯାଏଁ ଚାଲିଥିଲା। ସେହିପରି ୨୦୦ ଟଙ୍କା ଜରିମାନ‌ା ସହିତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମଫିଲପ୍‌ କରିଥିଲେ। ଏବେ ଛାତ୍ରଛାତ୍ରୀମାନଙ୍କ ପାଇଁ ୬୦୦ ଟଙ୍କା ଜରିମାନା ସହିତ ଫର୍ମ ଫିଲଅପ୍‌ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଆସନ୍ତା ୨୫ ତାରିଖ ଯାଏଁ ଜାରି ରହିବ। ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ୍‌ କରିଥିବେ, ସେମାନେ ବାର୍ଷିକ ପରୀକ୍ଷା-୨୦୨୫ରେ ସାମିଲ ହୋଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ