Thursday, February 12, 2026
31.4 C
Odisha

    PM ଆବାସ ଯୋଜନାରେ ଖୁସି ଖବର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାରେ ୬ ଲକ୍ଷରୁ ଅଧିକ ଘର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ସହରରେ ଆସନ୍ତା ୫ ବର୍ଷରେ ୧ କୋଟି ଘର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦିଆଯିବ।ଏହି ଯୋଜନା କାର୍ୟ୍ୟକାରୀ ପାଇଁ ପ୍ରାୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ସମସ୍ତ ରାଜ୍ୟରୁ ଗୃହ ପ୍ରସ୍ତାବ ଗ୍ରହଣ କରାଯାଇଛି। ରାଜ୍ୟରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆସନ୍ତା ବର୍ଷ ଆରମ୍ଭରୁ ଆରମ୍ଭ ହେବ। ଡିମାଣ୍ଡ ସର୍ଭେ ଏବଂ ପ୍ରମାଣପତ୍ର ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ଯୋଜନା ରହିଛି। ଏହାସହିତ ମାର୍ଚ୍ଚ ସୁଦ୍ଧା ଆଫୋର୍ଡେବଲ ହାଉସିଙ୍ଗ ପଲିସି ପ୍ରସ୍ତୁତ କରାଯିବ। ପିଏମ ଆବାସ ଯୋଜନା ପାଇଁ ହୋଇଥିବା ଏମଓୟୁ ଚୁକ୍ତି ସ୍ୱାକ୍ଷରରେ ଏହି ସର୍ତ୍ତ ରଖାଯାଇଛି।ଏଥର ୬ ଲକ୍ଷ ଘର ନିର୍ମାଣ ସହିତ ଭଡ଼ାଟିଆ ମଡେଲର ଆଫୋର୍ଡେବଲ ରେଣ୍ଟାଲ ହାଉସିଙ୍ଗ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର। ଏଥିରେ ଘର କିଣିବାକୁ ଚାହୁଁନଥିବା ଆର୍ଥିକ ରୂପରେ ଦୁର୍ବଳ ତଥା କମ୍ ଆୟ ବର୍ଗର ଲୋକମାନଙ୍କୁ ଭଡ଼ାରେ ଆବାସ ଉପଲବ୍ଧ କରିଦିଆଯିବ। ତେବେ କାର୍ଯ୍ୟରତ ମହିଳାମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।ଆଫୋର୍ଡେବଲ ରେଣ୍ଟାଲ ହାଉସିଙ୍ଗର ୨ଟି ମଡେଲ ରହିଛି:

    ପିପିପି ଆଧାରରେ ଭଡ଼ା ପାଇଁ ବିଦ୍ୟମାନ ଥିବା ସରକାରୀ କୋଠାଗୁଡିକ ପ୍ରସ୍ତୁତ କରିବା।
    ଘରୋଇ ତଥା ସରକାରୀ ଉଦ୍ୟୋଗକୁ ଭଡ଼ା ଘର ନିର୍ମାଣ, ପରିଚାଳନା ଏବଂ ତଦାରଖ ପାଇଁ ପ୍ରୋତ୍ସାହନ ଦେବା।
    ଏଥିପାଇଁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ