Saturday, October 3, 2026
23.6 C
Odisha

    ସଂସଦ କ୍ୟାଣ୍ଟିନରେ ଉପଲବ୍ଧ ହେଉ କୋରାପୁଟ କଫି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସଂସଦ ପରିସରର କ୍ୟାଣ୍ଟିନ୍‌ ଓ କଫି କିଓସ୍କରେ ଓଡ଼ିଶାର କୋରାପୁଟ କଫି ଉପଲବ୍ଧ କରିବା ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ରାଜ୍ୟସଭା ସାଂସଦ ସୁଜିତ କୁମାର ଅନୁରୋଧ କରିଛନ୍ତି। ଶ୍ରୀ କୁମାର ଜଣାଇଛନ୍ତି ଯେ, ଆନ୍ଧ୍ରପ୍ରଦେଶର ‘ଆରକୁ’ କଫି ସଂସଦ କ୍ୟାଣ୍ଟିନରେ ଉପଲବ୍ଧ। ଯଦ୍ବାରା ସର୍ବଭାରତୀୟସ୍ତରରେ ଏହାର ପ୍ରଚାର ପ୍ରସାର ହୋଇପାରିଛି।

    ଓଡ଼ିଶାର ଆଦିବାସୀଙ୍କ ଦ୍ବାରା ଚାଷ କରାଯାଉଥିବା କୋରାପୁଟ କଫି ଏହାର ଗୁଣବତ୍ତା, ସୁଗନ୍ଧ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରିଛି। ସଂସଦ ପରିସରରେ କୋରାପୁଟ କଫିର ପ୍ରୋତ୍ସାହନ କେବଳ କୋରାପୁଟ ଭଳି ଆକାଂକ୍ଷୀ ଜିଲାର ସ୍ବଦେଶୀ ଉତ୍ପାଦକୁ ଉତ୍ସାହିତ କରିବ ନାହିଁ ବରଂ ନିରନ୍ତର କୃଷି ଜରିଆରେ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟ ଦ୍ବାରା ହେଉଥିବା ସାମାଜିକ-ଅର୍ଥନୈତିକ ରୂପାନ୍ତରଣକୁ ଉପସ୍ଥାପିତ କରିବା ପାଇଁ ମଞ୍ଚ ପ୍ରଦାନ କରିବ। ଆରକୁ କଫି ଭଳି କୋରାପୁଟ କଫିକୁ ସଂସଦ କ୍ୟାଣ୍ଟିନରେ ସାମିଲ କରିବା ଦିଗରେ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସାଂସଦ ସୁଜିତ କୁମାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ