Thursday, April 9, 2026
25.9 C
Odisha

    ଶପଥ ନେଲେ ମୋଦି, ୩ ଗୁଣ ଅଧିକ ପରିଶ୍ରମର ଦେଲେ ପ୍ରତିଶ୍ରୁତି

    ଆଗକୁ ପଢନ୍ତୁ

    ଆଜିଠୁ ଆରମ୍ଭ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ। ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ଜଣକ ପରେ ଜଣେ କରି ସାଂସଦ ଶପଥ ନେଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ନେଇଛନ୍ତି। ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି।

    ଶପଥ ନେବେ ପୂର୍ବରୁ ଆଜି ମିଡିଆକୁ ସମ୍ବୋଧନ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

    ଏହା ସହ ସେ କହିଛନ୍ତି ଯେ, ‘ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ। ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ। ଏହା ଆମ ପାଇଁ ଭବ୍ୟ ବିଜୟ। ୩ ଗୁଣା ଅଧିକ ପରିଶ୍ରମ କରିବୁ।’

    ସେପଟେ ଜରୁରୀକାଳିନ ପ୍ରସଙ୍ଗ ଉଠାଇ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜୁନ ୨୫ ଗଣତନ୍ତ୍ର ପାଇଁ କଳା ଦିବସ ଥିଲା। ଏମର୍ଜେନ୍ସୀକୁ ୫୦ ବର୍ଷ ପୂରିବ। ଏହା ନ ଭୁଲିବା ଭଳି ଦିନ। ଏମର୍ଜେନ୍ସୀରେ ଲୋକଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା।

    ଏହାସହ ଦାୟିତ୍ୱବାନ ହେବାକୁ ବିରୋଧୀ ଦଳକୁ ଅପିଲ୍ କରିଛନ୍ତି ମୋଦି। ସଂସଦର ଗାରିମା ବଜାୟ ରଖିବାକୁ ସେ କହିଛନ୍ତି। ଆମେ ସମସ୍ତଙ୍କୁ ନେଇ ସମ୍ବିଧାନର ସୀମା ଅନୁସରଣ କରି ନିଷ୍ପତ୍ତିଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛୁ। ଯଦି ବିରୋଧୀ ଏଥିରେ ସହମତ ନ ହୁଅନ୍ତି ତେବେ ବିକାଶ ବାଧାପ୍ରାପ୍ତ ହେବ।

    ୧୮ତମ ଲୋକସଭାରେ ଆମ ପାଇଁ ଖୁସିର ବିଷୟ ଯେ ଯୁବ ସାଂସଦଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଆମେ ଭାରତର ପରମ୍ପରା ଜାଣୁ, ଆମେ ଭାରତର ସାଂସ୍କୃତିକ ଐତିହ୍ୟ ସହିତ ପରିଚିତ। ଆମେ ଜାଣୁ ଯେ ଏଠାରେ ୧୮ ନମ୍ବରର ବହୁ ସଂଖ୍ୟାରେ ସାତ୍ତ୍ୱିକ ମୂଲ୍ୟ ରହିଛି। ଗୀତାର ୧୮ ଅଧ୍ୟାୟ ଅଛି। ଏଠାରେ ପୁରାଣ ଏବଂ ଉପ-ପୁରାଣ ସଂଖ୍ୟା ମଧ୍ୟ ୧୮। ୧୮ର ମୂଳ ଅଙ୍କ ହେଉଛି ୯ ଏବଂ ୯। ଏହା ପୂର୍ଣ୍ଣତାର ଗ୍ୟାରେଣ୍ଟି ଦିଏ। ଆମେ ୧୮ ବର୍ଷ ବୟସରେ ଭୋଟ ଦେବାର ଅଧିକାର ପାଇଥାଉ। ୧୮ ତମ ଲୋକ ସଭା ଭାରତ ପାଇଁ ଏକ ଭଲ ସଙ୍କେତ ବୋଲି ମୋଦି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ