Sunday, October 4, 2026
24.6 C
Odisha

    ଆଶା କରାଯାଉଛି ପ୍ରଧାନମନ୍ତ୍ରୀ ମଣିପୁର ପରିଦର୍ଶନ କରିବାକୁ ମଧ୍ୟ ସମୟ ପାଇବେ: କଂଗ୍ରେସର କଟାକ୍ଷ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂସ୍ଖଳନ ବିପର୍ଯ୍ୟସ୍ତ ୱାୟନାଡ଼ ଗସ୍ତରେ ଯାଇଛନ୍ତି। ଏହାକୁ ନେଇ ଶନିବାର କଂଗ୍ରେସ କହିଛି ଗତ ପ୍ରଧାନମନ୍ତ୍ରୀ ୧୫ ମାସ ଧରି ହିଂସାଗ୍ରସ୍ତ ମଣିପୁର ଗସ୍ତରେ ଯିବାକୁ ମଧ୍ୟ ସମୟ ବାହାର କରିବେ ବୋଲି ଆଶା କରାଯାଉଛି। କଂଗ୍ରେସର ମହାସଚିବ ଜୟରାମ ରମେଶ କହିଛନ୍ତି ପ୍ରଧାନମନ୍ତ୍ରୀ ୱାୟନାଡରେ ଅଛନ୍ତି। ଏହା ଏକ ଭୟଙ୍କର ଦୁଃଖଦ ଘଟଣା ଥିଲା। ସେ କହିଛନ୍ତି, ‘ଏହା ପରେ ମୋଦୀ ପୁଣି ଥରେ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ଗସ୍ତ କରିବାକୁ ଯାଉଛନ୍ତି। ଆଶା କରୁଛି ଏହାପୂର୍ବରୁ ସେ ମଣିପୁର ପରିଦର୍ଶନ କରିବାକୁ ସମୟ ପାଇବେ। ମଣିପୁରର ଲୋକମାନେ ଗତ ୧୫ ମାସ ଧରି ବହୁ ଦୁଃଖ ଯନ୍ତ୍ରଣା ଭୋଗୁଛନ୍ତି। ମଣିପୁର ପ୍ରସଙ୍ଗରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛି।

    ହିଂସା ପ୍ରଭାବିତ ମଣିପୁର ପରିଦର୍ଶନ ନ କରିଥିବାରୁ କଂଗ୍ରେସ ଲଗାତାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛି। ମୋଦୀ ଶନିବାର ଉତ୍ତର କେରଳର ୱାୟାନାଡ ଜିଲ୍ଲାର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଉପରେ ଏକ ବିମାନ ସର୍ଭେ କରିଛନ୍ତି। ୱାୟାନାଡରେ ଭୟଙ୍କର ଭୂସ୍ଖଳନ ରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
    ମୋଦୀ ଏକ ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି ଯେଉଁଠାରେ ଭୂସ୍ଖଳନ ଯୋଗୁ ବିସ୍ଥାପିତ ଲୋକ ଆଶ୍ରୟ ନେଇଛନ୍ତି। ଏହି ଘଟଣାରେ ପ୍ରଭାବିତ କିଛି ଲୋକଙ୍କ ସହ ମୋଦୀ କଥାବାର୍ତ୍ତା କରିଥିଲେ। ଏଥିରେ ଦୁଇ ପିଲା ଅନ୍ତର୍ଭୁକ୍ତ ଥିଲେ, ଯେଉଁମାନେ ଏହି ବିପର୍ଯ୍ୟୟରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି।
    ପ୍ରଧାନମନ୍ତ୍ରୀ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ସହ କଥା ହୋଇଥିଲେ, ସେମାନଙ୍କର ଆବଶ୍ୟକତା ଶୁଣିଥିଲେ ଏବଂ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ।
    ମୋଦୀ ସାନ୍ତ୍ୱନା ଦେଇ ପୀଡ଼ିତଙ୍କ ମୁଣ୍ଡ ଓ କାନ୍ଧରେ ହାତ ରଖିଥିଲେ। ଅନେକ ପ୍ରଭାବିତ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରିବାବେଳେ କାନ୍ଦିବାକୁ ଲାଗିଥିଲେ। କାଲପେଟାରେ ଅବତରଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ଭାରତୀୟ ବାୟୁସେନା ହେଲିକପ୍ଟରରେ ଭୂସ୍ଖଳନ ହୋଇଥିବା ଚୁରାଲାମାଲା, ମୁଣ୍ଡଭକ୍କାଇ ଏବଂ ପୁଞ୍ଚିରିମାଟମ୍ ଉପରେ ଏକ ବିମାନ ସର୍ଭେ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ