Wednesday, September 30, 2026
24.7 C
Odisha

    ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ଯାଉଛନ୍ତି। ସମସ୍ତଙ୍କୁ ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୨ରେ ନିଯୁକ୍ତି ମେଳା ଅଧୀନରେ ଆୟୋଜିତ ହେବ। ଦେଶର ୪୭ଟି ସ୍ଥାନରେ ଏକକାଳୀନ ରୋଜଗାର ମେଳା ଆୟୋଜନ କରାଯିବ। ଦେଶରେ ନିଯୁକ୍ତି ସୃଷ୍ଟି ଦିଗରେ ନିଯୁକ୍ତି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରାଥମିକତା ଉପରେ ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଫେବୃଆରୀ ୧୨ରେ ସକାଳ ୧୦.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ପିଏମ ମୋଦି ଏହି ସମସ୍ତ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏତଦ ବ୍ୟତୀତ ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ଅନ୍‌ଲାଇନ ମଡ୍ୟୁଲ କର୍ମଯୋଗୀ ପ୍ରାରମ୍ଭ (Karmayogi Prarambh) ମାଧ୍ୟମରେ ମଧ୍ୟ ତାଲିମ ନେବେ। ଏହି କାର୍ଯ୍ୟକ୍ରମ ଅଧୀନରେ କର୍ମଯୋଗୀ ପୋର୍ଟାଲରେ ୮୮୦ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି। ଏଗୁଡିକ ଯେକୌଣସି ଉପକରଣରେ ବ୍ୟବହାର କରାଯାଇପାରିବ।
    ସୂଚନା ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ବିଭାଗ ଦ୍ୱାରା ଏହି ଏକ ଲକ୍ଷ ଚାକିରି ଦିଆଯିବ। ଏଥି ମଧ୍ୟରେ ରାଜସ୍ବ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା, ପରମାଣୁ ଶକ୍ତି, ପ୍ରତିରକ୍ଷା ବିଭାଗ, ଆର୍ଥିକ ସେବା, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ଅନ୍ତର୍ଭୁକ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ