Wednesday, February 5, 2025
29 C
Odisha

    ଆଜି ବର୍ଷର ଶେଷ ମନ୍‌ କି ବାତ୍ : କଳାହାଣ୍ଡି ଗୋଲାମୁଣ୍ଡା ଚାଷୀଙ୍କୁ ପ୍ରଶଂସା କଲେ ମୋଦିstate,

    ଆଗକୁ ପଢନ୍ତୁ

    ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍‌ କି ବାତ୍ । ବର୍ଷର ଶେଷ ମନ୍‌ କି ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।  ଆଜି ହେଉଛି ୧୧୭ ତମ ମନ୍‌ କି ବାତ୍ ଓ ଚଳିତ ବର୍ଷର ୯ ତମ ମନ୍‌ କି ବାତ୍ ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍ ରେ ସ୍ଥାନ ପାଇଲା କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କ କଥା ।  ମୋଦି କହିଛନ୍ତି ଯେ ଦିନେ ଗୋଲାମୁଣ୍ଡାରେ ଚାଷୀ ବାହାର ରାଜ୍ୟକୁ ପଳାୟନ ପାଇଁ ବାଧ୍ୟ ହେଉଥିଲେ ।  ଏବେ ସେହି ବ୍ଲକ ପରିବା ଚାଷର ହବ୍ ରେ ପରିଣତ ହୋଇଛି । ପ୍ରଥମେ ୧୦ ଜଣ ଚାଷୀଙ୍କୁ ନେଇ ଗଠିତ ଏକ ଗ୍ରୁପ୍ ଆରମ୍ଭ କରିଥିଲେ ପରିବା ଚାଷ ।

    ପରେ କୃଷକ ଉତ୍ପାଦ ସଂଘ ଗଠନକରି ଏମାନେ ଆଧୁନିକ ଉପାୟରେ ଚାଷ କଲେ । ବର୍ତ୍ତମାନ ଏହି ଉତ୍ପାଦ ସଂଘ କୋଟିରୁ ଅଧିକ ଟଙ୍କାର କାରବାର କରୁଛି । ଏହି ସଂଘରେ ଏବେ ୨ଶହରୁ ଅଧିକ ଚାଷୀ ଯୋଡ଼ି ହୋଇ ରହିଛନ୍ତି ।  ଏଥିରେ ଅଛନ୍ତି ୪୫ ମହିଳା ଚାଷୀ । ୨୦୦ ଏକ ଜମିରେ ଟମାଟ ଓ ୧୫୦ ଏକର ଜମିରେ କଲରା ଉତ୍ପାଦନ ହେଉଛି ।  ଏହି ଉତ୍ପାଦ ସଂଘର ବାର୍ଷିକ ଟର୍ଣ୍ଣ ଓଭର ଦେଢ଼ କୋଟିରୁ ଅଧିକ ଟଙ୍କା ।  କଳହାଣ୍ଡି ପରିବା ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ବାହାର ରାଜ୍ୟକୁ ଯାଉଛି।  ଏବେ କଳାହାଣ୍ଡି ଚାଷୀ ଆଳୁ ଏବଂ ପିଆଜ ଚାଷ ଶିଖୁଛନ୍ତି  । ସାମୁହିକ ଉଦ୍ୟମ ଓ ଦୃଢ଼ ସଂକଳ୍ପ ଦ୍ୱାର ସବୁ କିଛି କରାଯାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    25 %
    2.2kmh
    64 %
    Wed
    27 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ