Wednesday, March 18, 2026
22.3 C
Odisha

    ସମୁଦ୍ରରେ ଲୀନ ହୋଇଯାଇଥିବା ଦ୍ବାରକା ନଗରୀ ଦର୍ଶନର ଅନୁଭବ ବଖାଣିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସମୁଦ୍ର ମଧ୍ୟରେ ଲୀନ ହୋଇଯାଇଥିବା ଦ୍ବାରକା ନଗରୀରେ ମୋଦୀ ପହଞ୍ଚିଥିଲେ। ଏଠାରେ ପହଞ୍ଚି ମୋଦୀ ପ୍ରାର୍ଥନା ବି କରିଥିଲେ। ଦ୍ବାରକା ନଗରୀ ଦର୍ଶନ ପରେ ମୋଦୀ ଏହି ଅନୁଭବକୁ ଏକ ପୋଷ୍ଟ ଜରିଆରେ ସମସ୍ତଙ୍କୁ ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବାରକା ନଗରୀ ଯାତ୍ରାକୁ ନେଇ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ପ‌ାଣି ଭିତରେ ବୁଡ଼ି ଯାଇଥିବା ଦ୍ବାରକା ନଗରୀରେ ପହଞ୍ଚି ପ୍ରାର୍ଥନା କରିବାର ଅନୁଭବ ଦିବ୍ୟ। ଏହାକୁ ମୁଁ ସମ୍ପୂର୍ଣ୍ଣ ଭାବେ ଶବ୍ଦରେ ବଖାଣି ପାରିବି ନାହିଁ। ଦର୍ଶନ ସମୟ‌ରେ ମୋତେ ଈଶ୍ୱରୀୟ ଅନୁଭୂତି ହୋଇଥିଲା। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ଯୋଡ଼ି ହୋଇଥିବା ଅନୁଭବ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆର୍ଶୀବାଦ ଦିଅନ୍ତୁ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁ ସୁଦର୍ଶନ ସେତୁର ଉଦଘାଟନ କରିବେ। ଏହା ସିଗ୍ନେଚର ବ୍ରିଜ୍ ଭାବରେ ମଧ୍ୟ ଜଣାଶୁଣା ହେବ। ଯାହାକି ଗୁଜରାଟର ମୁଖ୍ୟ ଅଞ୍ଚଳକୁ ଦେବଭୂମୀ ଦ୍ବାରକାର ଓଖା ସହିତ ସଂଯୋଗ କରିବ।

    ସିଗ୍ନେଚର ବ୍ରିଜର ଲମ୍ବ ୪,୭୭୨ ମିଟର ରହିଛି। ଏଥିରେ ୯୦୦ ମିଟର ଲମ୍ବ ସ୍ଥାୟୀ କେବୁଲ ମଧ୍ୟ ଖଞ୍ଜା ଯାଇଛି। ଏହି ଫୋର୍ ଲେନ୍ ବ୍ରିଜ ନିର୍ମାଣରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    69 %
    8.9kmh
    99 %
    Wed
    30 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ