Wednesday, October 7, 2026
27.2 C
Odisha

    ରାହୁଲଙ୍କୁ ରାଏବରେଲିରୁ ଟିକେଟ୍‌ ମିଳିବା ପରେ ଏପରି କହି ତାତ୍ସଲ୍ୟ କ‌ଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କୁ ରାଏବେରେଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ଚୟନ କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‌ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ଏଥିସହ ସେ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ରାହୁଲ ଗାନ୍ଧୀ ୱାୟାନାଡ଼ ବ୍ୟତୀତ ଏକ ନୂତନ ଆସନ ପାଇବେ ବୋଲି ସେ ପୂର୍ବରୁ କହିଥିଲେ।

    ପଶ୍ଚିମବଙ୍ଗର ବର୍ଦ୍ଧମାନ-ଦୁର୍ଗାପୁରରେ ଏକ ନିର୍ବାଚନୀ ସମାବେସକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। କୌଣସି ଓପେନିୟନ ପୋଲ୍‌ର ଆବଶ୍ୟକତା ନାହିଁ। ମୁଁ ଏହା ପୂର୍ବରୁ କହିଥିଲି, ‘ଶେହଜାଦା’ (ରାହୁଲ ଗାନ୍ଧୀ) ୱାୟାନାଡରୁ ହାରିଯିବେ। ତେଣୁ ଦ୍ୱିତୀୟ ଆସନ ବିକଳ୍ପ ଭାବେ ରଖିବେ।” ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ” ବର୍ତ୍ତମାନ ସେ ଆମେଥୀରୁ ଯୁଦ୍ଧ କରିବାକୁ ଭୟ କରି ରାଏବରେଲି ପଳାଇଛନ୍ତି। ମୁଁ ତାଙ୍କୁ ଖାଲି ଏତିକି କହିବାକୁ ଚାହେଁ ଭୟ କରନାହିଁ କି ପଳାଅ ନାହିଁ।’’ ବିରୋଧୀ ଦଳକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ସେମାନେ (ବିରୋଧୀ) ବିକାଶ ଆଣିପାରିବେ ନାହିଁ। ସେମାନେ କେବଳ ଭୋଟ୍ ପାଇଁ ସମାଜକୁ କିପରି ବିଭାଜନ କରିବେ ତାହା ଜାଣନ୍ତି।’’

    ଉଲ୍ଲେଖଯୋଗ୍ୟ, କଂଗ୍ରେସ ଦଳ ଶୁକ୍ରବାର ଦିନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସ ରାଏବେରେଲିରୁ ରାହୁଲ ଗାନ୍ଧୀଙ୍କ ନାମ ଘୋଷଣା କରିଥିବା ବେଳେ ଆମେଥିରୁ କିଶୋରୀ ଲାଲ ଶର୍ମାଙ୍କ ନାମ ଘୋଷଣା କରିଛି। ଉତ୍ତରପ୍ରଦେଶର ଏହି ଦୁଇଟି ନିର୍ବାଚନମଣ୍ଡଳୀକୁ ନେଇ ବହୁ କଳ୍ପନାଜଳ୍ପନା ପରେ ଏହି ଘୋଷଣା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ