Sunday, October 11, 2026
29.5 C
Odisha

    କବି ଚକ୍ରପାଣି ପରିଛାଙ୍କ କବିତା ପୂସ୍ତକ ‘ଶୂନ୍ୟ ଆରୋହଣ‘ ଉନ୍ମୋଚିତ

    ଆଗକୁ ପଢନ୍ତୁ

    ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବରିଷ୍ଠ କବି ଚକ୍ରପାଣି ପରିଛାଙ୍କ ୬ଷ୍ଠ କବିତା ପୁସ୍ତକ ‘ଶୂନ୍ୟ ଆରୋହଣ‘ ପାଠୋକାର୍ପଣ ହୋଇଯାଇଛି। କୋରାପୁଟସ୍ଥିତ ସଦଭାବନା ସଭାଗୃହ ପରିସରରେ ଆୟୋଜିତ କବିତା ଆସର କାର୍ଯ୍ୟକ୍ରମରେ ଏହି ପୁସ୍ତକଟିକୁ ବିଶିଷ୍ଟ ସାହିତ୍ୟିକ ଡ.ଅସିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ତଥା ଗାଳ୍ପିକ ନାରାୟଣ ପଣ୍ଡା, ଗବେଷକ ଡ.ଜଗବନ୍ଧୁ ସାମଲ, ଶିକ୍ଷାବିତ ନଳୀନି ରଂଜନ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଡ.ପ୍ରତିଧାରା ସାମଲ, ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଡ.ମହାନ୍ତି କବିତା ପୁସ୍ତକ ଉପରେ ଆଲୋଚନା କରି କବିତାରେ ରହିଥିବା ଗଭୀର ଅନୁଭୋବ ତଥା ସାନ୍ଧ୍ରତା ସଂପର୍କରେ ମତାମତ ପ୍ରଦାନ କରିଥିଲେ।

    ପ୍ରକାଶ ଥାଉକି କବି ଶ୍ରୀ ପରିଛା ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସାହିତ୍ୟ ସାଧନାରେ ମଗ୍ନ ରହିଛନ୍ତି। ତାଂକ ରଚିତ କବିତାଗୁଡିକରେ ଜୀବନ ଓ ଯନ୍ତ୍ରଣାର ଉଚ୍ଚାରଣ ତଥା ମୃତ୍ୟୁଚେତନା ଦେଖିବାକୁ ମିଳିଥାଏ। ଏଥି ପୂର୍ବରୁ ତାଂକର ୫ଟି କବିତା ପୁସ୍ତକ ପ୍ରକାଶ ପାଇ ପାଠକାଦୃତ ହୋଇପାରିଛି। ଏଥିସହ ଶ୍ରୀ ପରିଛା ଆକାଶବାଣୀ ଜୟପୁର କେନ୍ଦ୍ରର ବେତାର ନାଟ୍ୟକାର ରୂପେ ଶ୍ରୋତା ମହଲରେ ବେଶ ଆଦୃତ ଲାଭ କରିପାରିଛନ୍ତି। ୭୦ ଦଶକରେ ରହସ୍ୟ ଉପନ୍ୟାସ ରଚନା କରି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ପାଠକମାନଙ୍କ ନିକଟରେ ଲୋକପ୍ରିୟ ହୋଇପାରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ