Saturday, March 21, 2026
19.7 C
Odisha

    ପୁଲିସ-ସେନା ଅଫିସର ମାମଲା: ହାଜର ହେଲେ ମେଜରଙ୍କ ସହିତ ବାନ୍ଧବୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ପୁଲିସ ଏବଂ ସେନା ଅଫିସର ବିବାଦ ମାମଲା ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ ତଦନ୍ତ କମିସନ ନୋଟିସ୍ ଜାରି କରିଥିଲେ।  ନୋଟିସ୍ ଅନୁସାରେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦‌ରେ କମିସନଙ୍କ ନିକଟରେ ସେନା ମେଜର ଏବଂ ତାଙ୍କ ବାନ୍ଧବୀ ହାଜର ହୋଇଛନ୍ତି।

    ତ୍ୟପାଠ ଦାଖଲ ସମୟ ସରିବା ପରେ ଗୁରୁବାର ପ୍ରଥମ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ କମିସନ । ଏହି ମାମଲାରେ କମିସନଙ୍କ ନିକଟରେ ୫୦୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା । ସତ୍ୟପାଠ ଗୁଡ଼ିକୁ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା  କମିସନ ଆରମ୍ଭ କରିଛନ୍ତି।

    ମୋଟ ୧୬ ଜଣଙ୍କୁ କମିସନଙ୍କ ପକ୍ଷରୁ ସମନ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରେ ମେଜର ଓ ତାଙ୍କ ବାନ୍ଧବୀ, ଅଭିଯୋଗ ଆସିଥିବା ପୋଲିସ ଅଧିକାରୀ ଓ ଗଣ୍ଡଗୋଳ କରିଥିବା ଯୁବକ ରହିଛନ୍ତି। କମିସନଙ୍କ ନିକଟରେ ବ୍ୟକ୍ତିଗତ ଭାବେ  ମେଜର ଓ ତାଙ୍କ ବାନ୍ଧବୀ ହାଜର ହୋଇଛନ୍ତି। ସେହିଭଳି ଗଣ୍ଡଗୋଳ କରିଥିବା ଯୁବକଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଛନ୍ତି।

    ସୂଚନାଯୋଗ୍ୟ, ସେନା ମେଜର ଏବଂ ତାଙ୍କ ବାନ୍ଧବୀ, ନିଲମ୍ବିତ ୫ ପୁଲିସ୍ ଏବଂ ରାସ୍ତାରେ ଆକ୍ରମଣ କରିଥିବା ଯୁବକଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଥିଲା। ସମସ୍ତେ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ କମିସନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ୍‌ରେ ଦର୍ଶାଯାଇଥିଲା।

    ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମେଜରଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୁଲିସ ଆକ୍ରମଣ କରିଥିବା ନେଇ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

    ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିସନ ମଧ୍ୟ ଗଠନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ