Saturday, October 10, 2026
24.5 C
Odisha

    ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର: ଖାଉଟି ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ। ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ  ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ ହେବl

    ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଏହି ସମାବେଶରେ ଯୋଗ ଦେବେ ବ‌ୋଲି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଧାନ ବିକ୍ରି ପାଇଁ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକୃତ କରିଛନ୍ତି  ।

    ବରଗଡ଼ ଜିଲ୍ଲାରୁ ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ୮ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବରଗଡ଼ର ସୋହେଲାରେ ବଡ଼ ଧରଣର ଚାଷୀ ସମାବେଶ କରାଯିବ । ଏହି କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏକଜୁଟ ହେବେ । ୮ ତାରିଖରୁ ଇନପୁଟ ସବସିଡ଼ି ମିଳିବା କାର୍ଯ୍ୟକ୍ରମ ମଧ୍ୟ ସୋହେଲାରୁ ଆରମ୍ଭ ହେବ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଚାଷୀମାନେ ଦ୍ଵନ୍ଦରେ ନ ରୁହନ୍ତୁ ଆମ ସ୍ପଷ୍ଟ କରି ଦେଇଛୁ ଯେଉଁମାନେ ୨୦ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବସିଡ଼ି ପାଇବେ। ଚାଷୀମାନଙ୍କୁ ଅଳ୍ପ ଦିନ ଅପେକ୍ଷା କରିବାକୁ ପଡ଼ିବ।

    କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ସେହି ଆକାଉଣ୍ଟକୁ ଟଙ୍କା ଯିବ। ୧୫ ତାରିଖରୁ ପାର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକନର ଅବଧି ଗୋଟେ ମାସ ପର୍ଯ୍ୟନ୍ତ ରହିବ। ଜିଲ୍ଲାପାଳମାନଙ୍କୁ ଏନେଇ ଅଧିକାର ଦିଆ ଯାଇଛି। ସେମାନେ ଏହାକୁ ଆଉ ୭ ଦିନ ବଢ଼େଇ ପାରିବେ।

    ପୂର୍ବରୁ ସୋହେଲାରେ ବିଜେଡି ସରକାର ୧୦୦ ଟଙ୍କା ବୋନସ୍ ଦେବାକୁ କହି ଦେଲେନାହିଁ । କିନ୍ତୁ ଆମ ସରକାର ୮୦୦ ଟଙ୍କା ଅଧିକ ଦେବାକୁ ଯାଉଛନ୍ତି । ଏହା ହେଉଛି ବିଜେଡି ଆଉ ବିଜେପି ସରକାର ମଧ୍ୟରେ ଫରକ । ଏହି ୮୦୦ ଟଙ୍କା ଦ୍ୱାରା ଚାଷୀ ପରିବାରର ଆର୍ଥିକ ସ୍ଥିତିରେ ବିକାଶ ହେବ। ଏକ ଏକର ପିଛା ଚାଷୀ ହାରାହାରି ୧୦ ହଜାର ଟଙ୍କା ଅଧିକ ପାଇବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ