Sunday, October 4, 2026
29.6 C
Odisha

    ୬୦ଜଣ ସାଥୀ ପୁଲିସ କର୍ମଚାରୀଙ୍କ ସାମ୍ନାରେ ଅପମାନକୁ ମୁଁ ସହି ନପାରି ୟୁପିଏସସି ପାଇଁ ଆରମ୍ଭ କରିଥିଲି ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲା ସିଙ୍ଗରାୟକୋଣ୍ଡା ମଣ୍ଡଳର ଉଲ୍ଲାପଲେମ ଗ୍ରାମରେ ଉଦୟ କୃଷ୍ଣା ବସବାସ କରନ୍ତି । ଉଦୟ ୨୦୧୩ରେ କନଷ୍ଟେବଳ ଭାବେ ଚାକିରି କରିଥିଲେ। ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ପାଞ୍ଚବର୍ଷ ଏହି ଚାକିରି କରିବା ପ‌ରେ ସେ କନଷ୍ଟେବଳ ପଦରୁ ଇସ୍ତଫା ଦେଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଉଦୟ ଚତୁର୍ଥ ପ୍ରୟାସରେ ୭୮୦ସ୍ଥାନରେ ୟୁପିଏସସିରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ତାଙ୍କୁ ଇଣ୍ଡିୟାନ ରେଭିନ୍ୟୁ ସର୍ଭିସ‌ରେ ଚାକିରି ମିଳି ଯାଇଥିଲା।
    ଉଦୟ କୃଷ୍ଣା ତାଙ୍କ ପ୍ରୟାସରେ ସଫଳ ହେବାପରେ ତାଙ୍କ ସଂଘର୍ଷକୁ ମ‌ନେ ପକାଇ କହିଥିଲେ, ‘ଏକଦା ସର୍କଲ ଇନ୍ସପେକ୍ଟର ୬୦ଜଣ ସାଥୀ ପୁଲିସ କର୍ମଚାରୀଙ୍କ ସାମ୍ନାରେ ମୋତେ ଅପମାନିତ କରିଥିଲେ। ଯାହାକି ମୋତେ ବହୁତ ଖରାପ ଲାଗିଥିଲା। କିଛିଦିନ ମୁଁ ଖିଆପିଆ ବି ଛାଡ଼ି ଦେଇଥିଲି। ଏହାପରେ ମନକୁ ଦୃଢ଼ ଚାକିରିରୁ ଇସ୍ତଫା ଦେଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଜଣେ ଅଧିକାରୀ ହୋଇ ଦେଖାଇବି ବୋଲି ଜିଦ ଧରିଥିଲି।

    ୟୁପିଏସସି ପରୀକ୍ଷାରେ ୩ଥର ଅସଫଳ ହେବାପରେ କଷ୍ଟ ଲାଗିଥିଲା। ତଥାପି ହାର ମାନି ନଥିଲି। ସେଦିନର ଅପମାନକୁ ମନେ ପକାଇ ମୁଁ ମୋର ଲକ୍ଷ୍ୟପଥରେ ଆଗେଇ ଚାଲିଥିଲି। ଏହି ସମୟରେ ମୋ ସାମ୍ନାରେ ଅନେକ କିଛି ସମସ୍ୟା ଆସିଥିଲା। ତଥାପି ନିଜ ଉପରୁ ବିଶ୍ବାସ ହଟାଇ ନଥିଲି। ଶେଷରେ ଚତୁର୍ଥ ପ୍ରୟାସରେ ୭୮୦ସ୍ଥାନରେ ୟୁପିଏସସିରେ ଉତ୍ତୀର୍ଣ୍ଣ ହୋଇଥିଲି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ