Sunday, October 4, 2026
29.6 C
Odisha

    ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ପ୍ରିୟଙ୍କା ଗାନ୍ଧି ଦେଲେ ଏପରି ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାରକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରିୟଙ୍କା ଗାନ୍ଧୀ ସୋମବାର (ଅଗଷ୍ଟ ୧୨) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ପଡୋଶୀ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ କ୍ରମାଗତ ଆକ୍ରମଣର ଖବର ଚିନ୍ତାଜନକ । ଧର୍ମ, ଜାତି, ଭାଷା କିମ୍ବା ପରିଚୟ ଆଧାରରେ ଭେଦଭାବ, ହିଂସା ଓ ଆକ୍ରମଣ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଆମେ ଆଶା କରୁଛୁ ଯେ ବାଂଲାଦେଶରେ ଖୁବଶୀଘ୍ର ସ୍ୱାଭାବିକ ସ୍ଥିତି ଫେରିବ ଏବଂ ବାଂଲାଦେଶର ନବନିର୍ବାଚିତ ସରକାର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିବେ।

    ସୂଚନାଯୋଗ୍ୟ ଯେ କୋଟା ପ୍ରସଙ୍ଗକୁ ନେଇ ହିଂସାତ୍ମକ ବିକ୍ଷୋଭ ପରେ ଆୱାମୀ ଲିଗ୍ ନେତା ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେଠାକାର ସ୍ଥିତି ଚିନ୍ତାଜନକ ରହିଛି । ସେଠାକାର ମୌଳବାଦୀମାନେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ କରିଚାଲିଛନ୍ତି । ଏହାକୁ ନେଇ ବାଂଲାଦେଶ ସମେତ ଭାରତରେ ବି ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବଂଲାଦେଶର ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ରବିବାର ବନ୍ଦର ସହର ଚିଟାଗଙ୍ଗରେ ସେମାନଙ୍କ ଜୀବନ, ସମ୍ପତ୍ତି ଏବଂ ଉପାସନା ସ୍ଥଳର ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ