Sunday, October 4, 2026
24.6 C
Odisha

    ସର୍ପାଘାତରେ ହାବିଲଦାରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବାଲିପାଟଣା: ସର୍ପାଘାତରେ ଜଣେ ହାବିଲଦାରଙ୍କ ଅକାଳ ମୃତ୍ୟୁ ହୋଇଛି। ସେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଝିଣ୍ଟି ମେଳକ ଗ୍ରାମର ସୁକାନ୍ତ ଚରଣ ପାଳ ଓରଫ କାଳନ୍ଦୀ (୪୮)। ସୁକାନ୍ତ ଓଏସଏପି ରେ କାର୍ଯ୍ୟରତ ଥିଲେ। ଖୋର୍ଦ୍ଧାସ୍ଥିତ ଇଣ୍ଡିଆନ ରିଜର୍ଭ ବ୍ୟାଟଲିୟାନରେ ହାବିଲଦାର ଭାବେ ନିଯୁକ୍ତ ଥିଲେ। ସୁକାନ୍ତ କିଛି ଦିନ ହେଲା ଛୁଟିରେ ଘରକୁ ଆସିଥିଲେ। ଆଜି ସକାଳ ୧୦ଟାରେ ଖୋର୍ଦ୍ଧାସ୍ଥିତ ନିଜ କର୍ମକ୍ଷେତ୍ରରେ ଯୋଗଦେବାର ଥିଲା। ହେଲେ ବିଧିର ବିଧାନ ତାଙ୍କ ପାଇଁ ହୁଏତ ଭିନ୍ନ ଥିଲା। ସକାଳ ପ୍ରାୟ ୮ ଟାରେ ସୁକାନ୍ତ ଘର ପଛ ବାଡ଼ିକୁ କୌଣସି କାମରେ ଯାଇଥିଲେ। ସେଠାରେ ତାଙ୍କ ଡାହାଣ ପାଦଳୁ ଏକ ବିଷାଧର ସାପ କାମୁଡ଼ି ଥିଲା। ସଙ୍ଗେ ସଙ୍ଗେ ସେ ସେଠାରେ ସଂଜ୍ଞାହୀନ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
    ଖବର ପାଇ ବାଲିପାଟଣା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଁଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସନ୍ଧ୍ୟାରେ ଗାଁ ଶ୍ମଶାନରେ ମୃତ ହାବିଲଦାରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୁକାନ୍ତ ୨୦୦୬ ମସିହାରୁ ଓଏସଏପି ରେ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ଦୀପ୍ତିରାଣୀ ପାଳ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ କୁଳନ୍ତିରା ଶାସନ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ମହିଳା ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଦୁଇଟି ପୁତ୍ର ଥିବା ବେଳେ ବଡ଼ ପୁଅ ମାନସିକ ଭିନ୍ନକ୍ଷମ ଅଟେ ଏବଂ ସାନ ପୁଅ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଛି। ତାଙ୍କର ମୃତ୍ୟୁରେ ପୁରା ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛି। ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ