Sunday, May 12, 2024
40.2 C
Odisha

    ଧରିବାକୁ ଚୋର, ପୋଲିସ ମାରିଲା ପୋଷ୍ଟର : ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର

    ଆଗକୁ ପଢନ୍ତୁ

    ରାଜଧାନୀର ଚୋରଙ୍କୁ ଧରିବାକୁ ଫାଶ ବସାଇଲା ପୋଲିସ । ବଡ ବଡ ଲୁଟେରା, ଚୋର ଓ ମୋଷ୍ଟ ୱାଣ୍ଟେଡଙ୍କୁ ଧରିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି କମିଶନରେଟ ପୋଲିସ । ଦୀର୍ଘଦିନ ଧରି ଫେରାର ଥିବା ଲୁଟେରା, ଚୋରଙ୍କୁ କାବୁ କରିବାକୁ ଏଭଳି ପନ୍ଥା ଆପଣାଇଛି ପୋଲିସ । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଛି ପୋଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ହୋଇଥିବା ବଡ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ଦିନରେ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା କଳାକନା ବୁଲାଇଥିଲେ । କିନ୍ତୁ ଏହି ଘଟଣାରେ ପୋଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରା,ଚୋରଙ୍କୁ ଧରିବାକୁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି । ଏହି ଚୋରଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବ । ସବୁଠୁ ବଡ କଥା ହେଲା ସୂଚନା ଆଧାରରେ ଚୋର ଧରାପଡିଲେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କାର ଦେବ ବୋଲି କୁହାଯାଇଛି । ତେଣୁ ଆଗାମୀ ଦିନରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିବାରେ ପୋଲିସକୁ ବିଶେଷ ସମସ୍ୟାର ସାମ୍ନା କରିବାକୁ ପଡିବନି । ଏହାଛଡା ଲୁଟ୍ ପରେ ଲୁଟେରା ମଧ୍ୟ ଖୁଲମଖୁଲ୍ଲା ଆଉ ବୁଲିପାରିବେନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.2 ° C
    40.2 °
    40.2 °
    21 %
    4.5kmh
    0 %
    Sun
    40 °
    Mon
    39 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ