Friday, February 14, 2025
19.6 C
Odisha

    କଟକରୁ ଲଢିବେ କି ଅଶ୍ୱିନୀ ବୈଷ୍ଣବ? ପଢନ୍ତୁ, କଣ କହିଲେ ରେଳମନ୍ତ୍ରୀ…

    ଆଗକୁ ପଢନ୍ତୁ

    କଟକ ଲୋକସଭା ଆସନରୁ ଲଢିବେ କି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ? ସାଧାରଣରେ ଏନେଇ ଚର୍ଚ୍ଚା ଭିତରେ ରବିବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତୁଲାଇବେ । ନିକଟରେ ଦଳ ତାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦେଇଥିଲା, ତାକୁ ସେ ନିଷ୍ଠାର ସହ ତୁଲାଇଥିଲେ ବୋଲି କହିଛନ୍ତି, ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ । ଆଜି ଆଠଗଡର ବାବା ଧବଳେଶ୍ୱରଙ୍କୁ ଦର୍ଶନ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ରେଳମନ୍ତ୍ରୀଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ତାଙ୍କ ସହ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.6 ° C
    19.6 °
    19.6 °
    17 %
    2.2kmh
    0 %
    Fri
    20 °
    Sat
    33 °
    Sun
    36 °
    Mon
    36 °
    Tue
    36 °

    ସମ୍ବନ୍ଧିତ