Thursday, October 1, 2026
28.5 C
Odisha

    ଓଡ଼ିଶାକୁ ଆସୁଛି ଆଳୁ: ଗର୍ଜିଲେ ତାରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୨୭।୭: ରାଜ୍ୟରେ ହୁ ହୁ ହୋଇ ବଢୁଛି ଆଳୁଦର। ଭୁବନେଶ୍ୱର କଟକରେ ଆଳୁ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସିବା ଆରମ୍ଭ ହୋଇଛି। ଏବେ ଧୀରେ ଧୀରେ ଆଳୁରେଟ୍‌ରେ ବେକ୍ର ଲାଗିବ। ତେବେ ଏହାକୁ ନେଇ ଗତକାଲି ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ସେ ଆଳୁ ଟ୍ରକ୍‌ ଓଡ଼ିଶାକୁ ଛାଡିବାକୁ ନିବେଦନ କରିଥିଲେ।

    ଆଳୁ ଦରକୁ ନେଇ ଶନିବାର ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଆଜି ଆଳୁ ଗାଡ଼ି ଓଡ଼ିଶାକୁ ଆସିଛି। ଆଳୁ ଗାଡି ଛାଡ଼ିବାକୁ ନବୀନ ପଟ୍ଟନାୟକ ଚିଠି ଲେଖିବାରୁ ଏପରି ପ୍ରଭାବ ପଡିଛି।

    ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ଏଠି ସେଠି ବୁଲୁଛନ୍ତି, ଡ୍ରାମା କରୁଛନ୍ତି। ନବୀନ ଚିଠି ଲେଖିଲେ ହେଲେ ଭାଜପା ସରକାରଙ୍କୁ ପସନ୍ଦ ହେଲାନି। ବିଜେଡି-ଭାଜପା ମିଶିକି ସରକାର କରିଥିଲେ। ବିଜେଡିବେଳେ ଯୋଗାଣ ମନ୍ତ୍ରୀ ଭାଜପାର ଥିଲେ। ଆଳୁ ଓଡ଼ିଶାରେ କିପରି ଅଧିକ ଉତ୍ପାଦନ ହେବ ଦୁହେଁ କେବେ ବି ଚିନ୍ତା କଲେନି। ଏବେ ଦର କିପରି ନିୟନ୍ତ୍ରଣ କରିବେ ଚିନ୍ତା କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ