Thursday, September 10, 2026
24.6 C
Odisha

    ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୨୭।୭: ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଶନିବାର ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିଥିଲେ। ପରେ ଟ୍ରେନର ବ୍ରେକରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ। ତେବେ ତୁରନ୍ତ ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଟେକ୍‌ନିକାଲ ଟିମ୍‌ ପହଞ୍ଚି ଯାଞ୍ଚ କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ଇଞ୍ଜିନରେ ଅଧିକ ଉତ୍ତାପ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏ ନେଇ ଯାଞ୍ଚ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.6kmh
    100 %
    Wed
    25 °
    Thu
    26 °
    Fri
    26 °
    Sat
    29 °
    Sun
    27 °

    ସମ୍ବନ୍ଧିତ