Monday, September 28, 2026
27.5 C
Odisha

    ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ୨ ଦିନ ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି କମିଶନରେଟ୍ ପୋଲିସ । ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି । ୮ ତାରିଖ ସନ୍ଧ୍ୟା ୭ଟା୫୦ରୁ ୮ଟା୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ, ଏଜି ଛକ, ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ । ସେହିପରି ୯ ଜାନୁଆରୀ ସକାଳ ୯ଟା୩୦ରୁ ସକାଳ ୧୦ଟା ପର୍ଯ୍ୟନ୍ତ ରାଜଭବନ ଛକ- ପାୱାରହାଉସ ଛକ, ୧୨୦ ବିଏନ ଛକ, ଶାସ୍ତ୍ରୀନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ- ନାଲକୋ ଛକ ଏବଂ ସକାଳ ୧୧ଟା୨୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାଲକୋ ଛକ- ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବିଏନ ଛକ, ପାୱାର ହାଉସ ଛକ, ରାଜଭବନ ଛକ, ବାମ ମୋଡ, ଏଜି ଛକ, ଡାହାମମୋଡ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ଏବଂ ଅପରାହ୍ମ ୪ଟା ୨୦ରୁ ୪ଟା୫୦ ମିନିଟ୍ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ ।

    ୧୦ ଜାନୁଆରୀ ସକାଲ ୧୧ଟା୨୦ ମିନିଟରୁ ୧୧୫୦ ମିନିଟ୍ ପର୍ଯ୍ୟନ୍ତ ରାଜଭବନ ଛକ, ପାୱାରହାଉସ ଛକ, ୧୨୦ ବିଏନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ନାଲକୋ ଛକ ଏବଂ ଅପରାହ୍ଣ ୪ଟା୫୦ ମିନିଟରୁ ସନ୍ଧ୍ୟା ୫ଟା୨୫ ମିନିଟ ପର୍ଯ୍ୟନ୍ତ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବିଏନ ଛକ, ପାୱାର ହାଉସ ଛକ, ବାମ ମୋଡ, ଏଜି ଛକ, ଡାହାଣ ମୋଡ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ବନ୍ଦ ରହିବ । ତେବେ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହନ (ଫାୟାର ଏବଂ ଆମ୍ୱୁଲାନ୍ସ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ