Wednesday, March 18, 2026
23.6 C
Odisha

    ଦିଲ୍ଲୀରେ ପଦ୍ମ ଧରିଲେ ପ୍ରଭାସ ସିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ପଦ୍ମ ଧରିଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରଭାସ କିଛି ଦିନ ତଳେ ବିଜେଡି ଛାଡିଥିଲେ। ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ବିଜେଡି ଦଳରେ ଆଉ ଆତ୍ମସମ୍ମାନ ନାହିଁ। ତେଣୁ ବିଜେଡି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ଜରୁରୀ। ନଚେତ ରାଜ୍ୟର ଉନ୍ନତି ସମ୍ଭବ ହେବ ନାହିଁ। ସମଗ୍ର ଦେଶ ଭଳି ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ନେଇ ଉତ୍ସାହ ଦେଖାଦେଇଛି। ଏହାର ଫଳାଫଳ ଶୀଘ୍ର ଜଣାପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଣୟନ ହୋଇଥିବା ଜନ କଲ୍ୟାଣ ଯୋଜନା ମଧ୍ୟରୁ କେତେକ ରାଜ୍ୟରେ ଏବେ ମଧ୍ୟ ଲାଗୁ ହୋଇ ନାହିଁ। ସେସବୁ ଯୋଜନା ଲାଗୁ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରଭାସ ୨୦୧୪ରେ ବରଗଡ଼ ଆସନରୁ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ରେ ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ମିଳିଥିଲା। ଚଳିତ ଥର ପ୍ରଭାସ ଟିକେଟ ଆଶାୟୀ ଥିବାବେଳେ ଦଳ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଆସନରୁ ଟିକେଟ ଦେଇଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରଭାସ ବିଜେଡି ଛାଡିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ