Tuesday, November 25, 2025
18.1 C
Odisha

    ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

    ଆଗକୁ ପଢନ୍ତୁ

    ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ପଦ୍ମ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ । ଦୀର୍ଘ ଦିନ ହେବ ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଗତ କିଛି ଦିନ ତଳେ ପ୍ରଦୀପଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ମନମୋହନ ସାମଲ । ସେବେଠାରୁ ପ୍ରଦୀପ ବିଜେପିକୁ ଆସିବା ନେଇ ସଂକେତ ମିଳୁଥିଲା ।ଏହାପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ । ବିଜେଡିରୁ ବହିଷ୍କୃତ ହେବା ପରେ ରାଜ୍ୟ ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଶ୍ରେଷ୍ଠ ଭାରତ ଓ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ସମୟ ଆସିଛି । ଏବେ ସମୟ ପରିବର୍ତ୍ତନର, ସଜାଗର ସମୟ, ସୁଦୃଢ ଓଡ଼ିଶା ଓ ଭାରତ ଗଠନ କରିବାର ସମୟ । ବିଜେପିକୁ ଗୋଟିଏ ଥର ପାଇଁ ବିଜେପିକୁ ସୁଯୋଗ ଦେବାକୁ ଅପିଲ କରିଛନ୍ତି ପ୍ରଦୀପ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.1 ° C
    18.1 °
    18.1 °
    65 %
    1.6kmh
    1 %
    Tue
    18 °
    Wed
    26 °
    Thu
    26 °
    Fri
    26 °
    Sat
    26 °

    ସମ୍ବନ୍ଧିତ