Thursday, August 27, 2026
29.9 C
Odisha

    ଟିକେଟ କଟିବା ପରେ ମୁହଁ ଖୋଲିଲେ ସାଂସଦ ପ୍ରଜ୍ଞା ଠାକୁର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରି ସାରିଛି। ପ୍ରଥମ ପର୍ୟ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଉ ଏହି ପ୍ରାର୍ଥୀ ତାଲିକାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଏଥିରେ ଅନେକ ନିର୍ବାଚିତ ନେତାଙ୍କ ଟିକେଟ୍‌ କାଟିଛି ବିଜେପି। ମୋଟ ୩୪ ସାଂସଦଙ୍କୁ ଏଥର ଟିକେଟ୍‌ ଦେଇ ନାହିଁ ଦଳ। ତେବେ ଏଥିରେ ମଧ୍ୟପ୍ରଦେଶ ଭୋପାଳର ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ନାଁ ମଧ୍ୟ ରହିଛି। ଯାହାକୁ ନେଇ ସେ ବର୍ତ୍ତମାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏଥର କାହିଁକି ତାଙ୍କ ଟିକେଟ୍‌ କଟିଲା ବୋଲି ସାଂସଦ ପ୍ରଜ୍ଞା ଠାକୁରଙ୍କୁ କିଛି ସାମ୍ବାଦିକ ଆଜି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେବାକୁ ଯାଇ ପ୍ରଜ୍ଞା କହିଛନ୍ତି, ହୋଇପାରେ ଅତୀତରେ ମୋର କିଛି ଶଦ୍ଦ ମୋଦିଜୀଙ୍କୁ ପସନ୍ଦ ଆସିନାହିଁ। ସେଥିପାଇଁ ଆଜି ଯାଏଁ କ୍ଷମା କରି ନାହାନ୍ତି। ପ୍ରଧାନମନ୍ତ୍ରୀ ମୋତେ କେବେ କ୍ଷମା କରିବେ ନାହିଁ ମାତ୍ର ମୁଁ କ୍ଷମା ମାଗି ସାରିଛି। ମୋର ବୟାନକୁ ଢାଲ କରି ବିରୋଧୀ ମୋଦୀଜୀଙ୍କୁ ବିରୋଧୀ ଟାର୍ଗେଟ କରୁଥିଲେ । ପ୍ରଜ୍ଞା ଠାକୁର ଆହୁରି କହିଛନ୍ତି, ଏହା ସଂଗଠନର ନିର୍ଣ୍ଣୟ। ଏଥିରେ ଚିନ୍ତା କରିବା ଉଚିତ ନୁହେଁ । ମୁଁ ପୂର୍ବରୁ କେବେ ଟିକେଟ୍‌ ମାଗି ନ ଥିଲି ଏବଂ ଏବେ ବି ମାଗୁନାହିଁ।
    ଭୋପାଳ ଆସନରୁ ଦଳ ଆଲୋକ ଶର୍ମା ଙ୍କୁ ଟିକେଟ ଦେଇଛି। ପାର୍ଟି ମଧ୍ୟ ପ୍ରଦେଶର ୨୯ ସିଟରୁ ୨୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ରାଜ୍ୟର ଦୁଇ ଏମପି ଭୋପାଳରୁ ପ୍ରଜ୍ଞା ଠାକୁର ଓ ଗୁନାରୁ କେପି ଶର୍ମାଙ୍କ ଟିକେଟ କଟିଛି। ଗୁନାରୁ ଦଳ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    73 %
    2.2kmh
    99 %
    Thu
    30 °
    Fri
    28 °
    Sat
    28 °
    Sun
    25 °
    Mon
    23 °

    ସମ୍ବନ୍ଧିତ