ପ୍ରତିଶ୍ରୁତିକୁ ଯେଉଁମାନେ ଭରସା କରି ଧୋକା ଖାଆନ୍ତି, ସେମାନେ ବୋକା । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବା ଓ ବିଜେଡିର ସମର୍ଥନ ଘୋଷଣା ପରେ ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟଶାଣୀ । ସେ କହିଛନ୍ତି, ରାଜ୍ୟସଭା ଟିକେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟସଭା ଟିକେଟ ପାଇଁ ସେ କହିନଥିଲେ ଆଉ ପ୍ରସନ୍ନ ପାଟ୍ଟଶାଣୀ ବୋକା ନୁହେଁ ବୋଲି କହିଛନ୍ତି ଏହି ବରିଷ୍ଠ ବିଜେଡି ନେତା । ରାଜ୍ୟସଭା ପାଇଁ ବିଜେଡି ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ତୃତୀୟ ନାଁକୁ ସସପେନ୍ସ ଚାଲିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଏପରିକି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭେଟିଥିଲେ ପ୍ରସନ୍ନପାଟ୍ଟଶାଣୀ ।