Sunday, October 4, 2026
29.6 C
Odisha

    ବିଜେପିରେ ମିଶିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାହୁବଳୀଙ୍କ ସହ ଯୋଗ ଦେଲେ ଡଜନେରୁ ଅଧିକ ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶେଷରେ ସବୁ ଚର୍ଚ୍ଚା-ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ବିଜେପିରେ ଯୋଗ ଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ପ୍ରଶାନ୍ତଙ୍କୁ ଉତ୍ତରୀୟ ସହ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି | ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳେ ପ୍ରଶାନ୍ତଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡିର ବ୍ଲକ ସଭାପତି ଅନାଦି ସାହୁ, ବିଜେଡି ନେତା ଭବାନୀ ଜଗଦ୍ଦେବ ମହାପାତ୍ର, ବିଜେଡି ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ସୌରୀ ସାହୁ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶୁଭାଙ୍ଗୀ ଡାକୁଆଙ୍କ ସହ ଅନେକ ନେତାନେତ୍ରୀ ଯୋଗ ଦେଇଛନ୍ତି | ତେବେ ବିଜେପିରେ ଯୋଗଦାନ ପରେ ପ୍ରଶାନ୍ତ କହିଛନ୍ତି ଯେ ବିଜେପିରେ ଯୋଗ ଦେଇ ଆଜି ମୁଁ ବହୁତ ଖୁସି | ପ୍ରଶାନ୍ତ କହିଛନ୍ତି ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି | କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାନ୍ତି, ଆମକୁ ସୁରକ୍ଷା ଦେବା ଓ ଓଡିଶା ପାଇଁ କିଛି କାର୍ଯ୍ୟ କରିବା | ନବୀନ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ୍ତ ରହିଯିବା କଥା | ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଆସିବାକୁ ଯାଉଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ