Wednesday, November 26, 2025
25.6 C
Odisha

    ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡଙ୍ଗୀ, ସାନ୍ତାଳୀ ଭାଷାରେ ଶପଥ ନେଲେ ନବଚରଣ ମାଝୀ । ଲୋକସଭାରେ ଓଡିଆ ସାଂସଦଙ୍କ ଶପଥ ଗ୍ରହଣ

    ଆଗକୁ ପଢନ୍ତୁ

    ସାଂସଦ ଭାବେ ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଓଡିଆ ସାଂସଦ । ଓଡିଶାର ସାଂସଦମାନେ ଆଜି ସଂସଦରେ ଶପଥ ଗ୍ରହଣ କରିଛନ୍ତି । ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ । ଏହାପରେ ଆଜି ଦ୍ୱିତୀୟ ଦିନରେ ବାକି ଥିବା ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି ।ତେବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ପାଠ କରିଥିବାବେଳେ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ । ସେହିପରି ସାଂସଦ ମାଳବିକା ଦେବୀ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବାବେଳେ, ବାକି ସାଂସଦମାନେ ଓଡିଆରେ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ସମୟରେ ସାଂସଦମାନେ ଜୟ ଜଗନ୍ନାଥ କହି ଶପଥ ଗ୍ରହଣ କରୁଥିବା ଦେଖିବାକୁ ମିଳୁଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    36 %
    2.6kmh
    9 %
    Wed
    26 °
    Thu
    26 °
    Fri
    26 °
    Sat
    26 °
    Sun
    27 °

    ସମ୍ବନ୍ଧିତ