Friday, July 26, 2024
24.2 C
Odisha

    ୧୯୮୩ ବିଶ୍ୱକପ ବିଜୟକୁ ୪୧ ବର୍ଷ: ଯେବେ ବିଶ୍ୱ ବିଜେତା ବନିଥିଲା ଭାରତ

    ଆଗକୁ ପଢନ୍ତୁ

    ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ… କ୍ରିକେଟ ବିଶ୍ୱକପ ଆରମ୍ଭରୁ ଏହି ଟିମ କ୍ରିକେଟ ଜଗତରେ ନିଜର ଦବଦବା ରଖିଥିଲେ । ୧୯୭୫, ୧୯୭୯ ବିଶ୍ୱକପ ଜିତି ୱେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିଲା । ହେଲେ ୧୯୮୩ ବିଶ୍ୱକପରେ ଏମିତି ହେବ ତାହା କେହି କେବେ ଭାବି ପାରିନଥିଲେ । କାରଣ, ୧୯୮୩ ବିଶ୍ୱ କପ ପୂର୍ବରୁ ଭାରତ ଦୁଇଟି ବିଶ୍ୱକପ ଖେଳି ମାତ୍ର ଗୋଟିଏ ହିଁ ମ୍ୟାଚରେ ବିଜୟୀ ହୋଇପାରିଥିଲା । ହେଲେ ୧୯୮୩ରେ ଭାରତ ଏମିତି ଖେଳିଥିଲା ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଭାରତ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱ ବିଜେତା ବନିଥିଲା ।୧୯୮୩, ଭାରତୀୟ କ୍ରିକେଟ ପାଇଁ ଏହି ଦିନ ଚିର ସ୍ମରଣୀୟ । କାରଣ ଏହି ଦିନ ଭାରତ ହାତେଇଥିଲା ତାର ପ୍ରଥମ କ୍ରିକେଟ ବିଶ୍ୱକପ । ୧୯୮୩ ବିଶ୍ୱକପ ଯେବେ, ଇଂଲଣ୍ଡର ଛାତି ଉପରେ ଛିଡା ହୋଇ ବିଜୟ ବାନା ଉଡାଇଥିଲା ଭାରତ । କପିଳ ଦେବଙ୍କ ନେତୃତ୍ୱାଧିନ ଭାରତୀୟ ଟିମ ସେତେବେଳର ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳକୁ ଚିତପତାଙ୍କ କରିଥିଲା । ଏହି ବର୍ଷ ପରଠୁ ଭାରତୀୟ କ୍ରିକେଟରେ ଆରମ୍ଭ ହୋଇଥିଲା ଗୋଲ୍ଡେନ ଯୁଗ ।
    ୧୯୮୩ ମସିହା, ଜୁନ ୨୫ ତାରିଖ । ସ୍ଥାନ ଇଂଲଣ୍ଡର ଲର୍ଡସ । ଦିନିକିଆ ବିଶ୍ୱାକପର ଫାଇନାଲ ମ୍ୟାଚ ଥାଏ । ଆଉ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତି ଡିପେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଓ ଭାରତ । ଏହି ମ୍ୟାଚରେ ବିଜୟୀ ହେବା ପାଇଁ ଦୁଇ ଦଳ ପକ୍ଷରୁ ଚାଲିଥାଏ ରଣନୀତି । ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳର ପଲ୍ଲା ଭାରି ଥାଏ । କାରଣ ସେହି ସମୟରେ ବେଶ ଶକ୍ତିଶାଳୀ ଟିମ ଥିଲା ଇଣ୍ଡିଜ । ଗତ ଦୁଇଟି ବିଶ୍ୱକପର ଟାଇଟଲ ମଧ୍ୟ ନିଜ ନାଁରେ କରିସାରିଥିଲା । ଯାହାକି ଭାରତୀୟ ଟିମ ପାଇଁ ବଡ ଚିନ୍ତାର କାରଣ ଥିଲା ।

    ମ୍ୟାଚ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ଟସ ଜିତି ଇଣ୍ଡିଜ ଦଳ ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ବ୍ୟାଟିଂ କରିଥିଲା ଭାରତ । ଦଳରେ କପିଳ ଦେବ, ସୁନୀଲ ଗାଭାସ୍କର, ମହିନ୍ଦର ଅମରନାଥଙ୍କ ଭଳି ଖେଳାଳି ଥାଇ ମଧ୍ୟ ଭାରତ ବିଫଳ ହୋଇଥିଲା । କାରଣ ସାମ୍ନାରେ ଥିଲା ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳ । ଟିମ ଇଣ୍ଡିଆ ପକ୍ଷରୁ ଶ୍ରୀକାନ୍ତ ୩୮, ଅମରନାଥ ୨୬ ଓ ସନ୍ଦିପ ପାଟିଲ ୨୭ ରନ କରିଥିଲେ । ଫଳରେ ଦଳ ୫୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇଯାଇଥିଲା ।

    ୧୮୪ ରନର ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ ଟିମ ପାଇଁ କିଛି ବି ନଥିଲା । କାରଣ ଦଳରେ ଥିଲେ ଭିଭାନ ରିଚାର୍ଡସ । ଯିଏକି ୱେଷ୍ଟଇଣ୍ଡିଜକୁ ଏକାକୀ ବିଜୟୀ କରାଇବାର ଦକ୍ଷତା ରଖିଥିଲେ । ସମସ୍ତେ ଭାବି ସାରିଥିଲେ ୱେଷ୍ଟଇଣ୍ଡିଜ ଏହି ମ୍ୟାଚ ଜିତି ହାଟ୍ରିକ ବିଜେତା ବନିବ । ହେଲେ ପୂରା ଅଙ୍କ ବଦଳାଇଦେଇଥିଲା ଭାରତୀୟ ବୋଲିଂ ବିଭାଗ ।

    ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ଏତେ କମ ବିଜୟ ଲକ୍ଷ୍ୟ ଥିବାରୁ ଦୃଢ ଆତ୍ମବିଶ୍ୱାସ ନେଇ ଖେଳୁଥାନ୍ତି ଇଣ୍ଡିଜ ଖେଳାଳି । ପ୍ରଥମ ୱିକେଟ ଯିବା ପରେ ବ୍ୟାଟିଂ ପାଇଁ ଆସିଥିଲେ ଭିଭାନ ରିଚାର୍ଡସ । ୨/୩ ଓଭର ଧିମା ଖେଳିବା ପରେ ନିଜ ଆକ୍ରାଣାତ୍ମକ ରୂପ ଦେଖାଇଥିଲେ । ଯାହା କପିଳଦେବଙ୍କୁ ଚିନ୍ତାରେ ପକାଇଥିଲା । କାରଣ ଦଳର ପ୍ରମୁଖ ବୋଲର ମଦନଲାଲ ବି ତାଙ୍କ ଆଗରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏହାପରେ ଚିଚାର୍ଡସନଙ୍କ ପାଇଁ ହୋଇଥିଲା ରଣନୀତି । ଶେଷରେ ରିଚାର୍ଡସନ ୩୩ ରନ କରି ମଦନଲାଲଙ୍କ ବଲରେ ଆଉଟ ହୋଇଯାଇଥିଲେ ।

    ଏହାପରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ଇଣ୍ଡିଜ ଦଳ । ୫୨ ଓଭର ଖେଳି ୧୪୦ ରନରେ ଅଲ ଆଉଟ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ ଦଳ । ଫଳରେ ଭାରତ ଏହି ମ୍ୟାଚକୁ ୪୩ ରନରେ ଜିତି ନେଇଥିଲା । ଆଉ ବନିଯାଇଥିଲା କ୍ରିକେଟ ବିଶ୍ୱକପର ବିଶ୍ୱ ବିଜେତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.4kmh
    99 %
    Thu
    24 °
    Fri
    24 °
    Sat
    25 °
    Sun
    27 °
    Mon
    30 °

    ସମ୍ବନ୍ଧିତ