Wednesday, September 30, 2026
23.3 C
Odisha

    ବାଲେଶ୍ବରରେ ବିକାଶ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୨ କିମି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୩୬ ମସିହାରେ ଓଡ଼ିଶାକୁ ଦେଶର ୧ ନମ୍ବର ବିକଶିତ ରାଜ୍ୟ ଭାବେ ଗଢ଼ିବାକୁ ସ୍ବପ୍ନ ଦେଖୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋରରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନାହିଁ। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ୨ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି କି ନେବାକୁ ପଡ଼ିଛି।ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଦୁଇକିମି ବୁହାଯାଇଛି। ସୋର ବ୍ଲକ ଅଧ୍ୟକ୍ଷା ଅନୁସୟା ମଳିକଙ୍କ ପଂଚାୟତ ତଥା ସୋର ବ୍ଲକ ଅନନ୍ତପୁର ପଂଚାୟତ ନାଥସାହିରେ। ଗତ କିଛିଦିନ ତଳେ ଗାଁର ରାସ୍ତା ସମସ୍ୟାକୁ ନେଇ ଗାଁ ଲୋକେ ଜିଲାପାଳଙ୍କ ଠାରେ ଦ୍ୱାରସ୍ଥ ହୋଇଥିଲେ ଏବଂ ରାସ୍ତା ନିର୍ମାଣ ଓ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନର ଚେତାବନୀ ଦେଇଥିଲେ।

    ଆଜି ସକାଳେ ଗ୍ରାମର କେଶବ ନାଥଙ୍କ ସ୍ତ୍ରୀ ସୁରଭି ନାଥଙ୍କ ପ୍ରସବ ଜନିତ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ। ଫଳରେ ପରିବାର ଲୋକେ ସୁରଭିଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଜଣାଇଥିଲେ। ଆମ୍ବୁଲାନ୍ସ ଆସିଥିଲା ସତ। କିନ୍ତୁ ଗାଁକୁ ରାସ୍ତା ନଥିବା କାରଣରୁ ଆଗକୁ ବଢ଼ିପାରି ନଥିଲା। ଗାଁରେ ପହଞ୍ଚିବାର ୨ କିଲୋମିଟର ଦୂରରେ ଅଟକି ଯାଇଥିଲା। ପରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ସୁରଭିଙ୍କୁ ଏକ ଖଟିଆ ଦ୍ୱାରା ଘରଠାରୁ ବୋହିନେଇ ଆମ୍ବୁଲାନ୍ସ ଯୋଗେ ଅନନ୍ତପୁର ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଏବେ ସୁରଭି ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି।

    ନାଥସାହିରେ ପାଖାପାଖି ୧୫୦ ପରିବାର ବସବାସ କରୁଛନ୍ତି ଭୋଟର ସଂଖ୍ୟା ୪୦୦ ପାଖାପାଖି ଅଛନ୍ତି। ତେବେ ଦେଶ ସ୍ବାଧୀନତାର ୭୬ ବର୍ଷ ପରେବି ଏହି ଗ୍ରାମର ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ରହିବା ପରିତାପର ବିଷୟ ଅଟେ। ଏପରିସ୍ଥିତିରେ ପ୍ରଶାସନ ସବୁଜାଣି ନିରବଦ୍ରଷ୍ଟା ସାଜିବା ଥିବା ବେଳେ ମୌଳିକ ସୁବିଧାରୁ ବଂଛିତ ଥିବା ଗ୍ରାମବାସୀମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    83 %
    1.3kmh
    7 %
    Tue
    23 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ