Tuesday, January 7, 2025
17.7 C
Odisha

    ଆଜି ପୁରୀ ଯିବେ ରାଷ୍ଟ୍ରପତି: ଅପରାହ୍ନରେ ନୌବୀରଙ୍କ ବୀରତ୍ୱ ଦେଖିବେ ମହାମହିମ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଓଡ଼ିଶାରେ ମହାମହିମ । ସକାଳ ୯ଟାରୁ ରାଜଭବନରୁ ପୁରୀ ଅଭିମୁଖେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ସକାଳ ୧୦ଟା ୫ରେ ପୁରୀରେ ପହଂଚି ଶ୍ରୀମନ୍ଦିର ଯିବେ । ଶ୍ରୀମନ୍ଦିରରେ ପ୍ରାୟ ୩୫ ମିନିଟ୍ ରହି ପୂଜାର୍ଚ୍ଚନା କରିବେ ।  ଏହି ଗସ୍ତ ପାଇଁ ସକାଳୁ କିଛି ଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।  ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ  ।  ଅପରାହ୍ନରେ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀରେ ରାଷ୍ଟ୍ରପତିଙ୍କ ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି  ।

    ଗତକାଲି ଭୁବନେଶ୍ବରରେ ପହଂଚିବା ପରେ ନୀଳାଦୟିବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମର୍ତ୍ତି ଅନାବରଣ କରିଥିଲେ ।  ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ବ୍ଲୁ ବୁକ ଅନୁଯାୟୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.7 ° C
    17.7 °
    17.7 °
    40 %
    2.1kmh
    0 %
    Tue
    18 °
    Wed
    27 °
    Thu
    27 °
    Fri
    28 °
    Sat
    28 °

    ସମ୍ବନ୍ଧିତ