Wednesday, February 5, 2025
34.5 C
Odisha

    ୨୪ ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ପୁରୀ : ୨୪ତାରିଖରେ ପୁରୀ ଆସି ଶ୍ରୀମନ୍ଦିରରେଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୪ ତାରିଖ ମଧ୍ୟାହ୍ନ ୧୨ଟାରୁ ସାଢେ ୧୨ଟା ଯାଏ ଦର୍ଶନ କରିବେ ମହାମହିମ । ଏନେଇ ଉଭୟ ୨୩ ଓ ୨୪ ତାରିଖ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି ।

    ମହାମହିମଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବୈଠକରେ ଆଲୋଚନା ହୋଇଛି । ୨୪ ତାରିଖରେ ଭୋର ୩ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବ । ଦିନ ୧୧ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ପାଳିଆ ସେବକଙ୍କ ବ୍ୟତୀତ ଆଉ କେହି ଉପସ୍ଥିତ ରହିବେ ନାହିଁ । ଗର୍ଭଗୃହରେ ମହାମହିମ ଦର୍ଶନ କରିବେ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ