Wednesday, October 23, 2024
21.7 C
Odisha

    ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମେଟ୍ରୋ ଯାତ୍ରା ବେଳେ ସ୍କୁଲ ଛାତ୍ରୀଙ୍କ ସହ କଲେ ଆଲୋଚନା

    ଆଗକୁ ପଢନ୍ତୁ

    ମେଟ୍ରୋରେ ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଭଳି ଏକ ଆକର୍ଷଣୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ମେଟ୍ରୋ ଟ୍ରେନରେ ବସି ରାଷ୍ଟ୍ରପତିଙ୍କ ଯାତ୍ରା କରିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଯାତ୍ରା ସମୟରେ ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ସହ କଥା ହୋଇଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ ।ଦିଲ୍ଲୀର ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସେମାନଙ୍କ ସମସ୍ୟା ଓ ସୁବିଧା ସମ୍ପର୍କରେ ଜାଣିବା ପାଇଁ ଏଭଳି ମେଟ୍ରୋରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ସାଧାରଣ ଲୋକଙ୍କ ସମସ୍ୟା କଥା ବୁଝିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ