Saturday, July 27, 2024
24.6 C
Odisha

    ହେମନ୍ତ ସୋରେନଙ୍କ ପାଇଁ ବଢିଲା ଅଡୁଆ । ଇଡି ହେପାଜତରେ ରହିବେ ଆହୁରି ଏତେଦିନ

    ଆଗକୁ ପଢନ୍ତୁ

    ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ହେମନ୍ତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି । ପ୍ରଥମେ ଇଡିକୁ ୫ ଦିନିଆ ରିମାଣ୍ଡ ମିଳିଥିବା ବେଳେ ପୁଣି ୫ ଦିନିଆ ରିମାଣ୍ଡ ଅବଧୀକୁ ଅନୁମତି ଦେଇଛନ୍ତି କୋର୍ଟ । ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ବୁଧବାର ଦିନ ଇଡି ହେମନ୍ତ ସୋରେନଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିଥିଲେ । କୋର୍ଟିରେ ଇଡି ଆଉ ୭ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି । କୋର୍ଟକୁ ଇଡି ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ ହେମନ୍ତ ସୋରେନ ମଧ୍ୟ ତାଙ୍କର ବ୍ୟକ୍ତିଗତ ଅସୁବିଧା ଜଣାଇଥିଲେ । ହେମନ୍ତ କହିଥିଲେ କି ଇଡି କାର୍ଯ୍ୟାଳୟରେ ତାଙ୍କୁ ହଇରାଣ କରାଯାଉଛି । ତାଙ୍କୁ ସୂର୍ଯ୍ୟକିରଣ ଦେଖିବାର ସୁଯୋଗ ଦିଆଯାଉ ନାହିଁ, ବନ୍ଦ କୋଠରୀରେ ରହିବା ତାଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଏସବୁ କାରଣ ଦର୍ଶାଇ ଇଡିର ରିମାଣ୍ଡ ଆବେଦନକୁ ଖାରଜ କରିବା ପାଇଁ ହେମନ୍ତ ସୋରେନ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ସେପଟେ ହେମନ୍ତ ସୋରେନ ଆଜି ସକାଳେ ଜେଲ ଭିତରେ ତାଙ୍କର ବିବାହ ବାର୍ଷିକ ପାଳନ କରିଛନ୍ତି । ଏହି ଅବସରରେ ସକାଳେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପାନ ସୋରେନ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ