Tuesday, May 21, 2024
27.2 C
Odisha

    ନିଜ ଦାୟିତ୍ୱ ଭୁଲି ରାଜ୍ୟ ମୁଖିଆ ଅପରାଧୀଙ୍କ ମୁଖ୍ୟ ସୁରକ୍ଷାଦାତା ସାଜିଛନ୍ତି: ସଜ୍ଜନ ଶର୍ମା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୩୦/୦୪: ମୁଁ ଭୁବନେଶ୍ୱର ଜଗିଛି ତମେ ପଂଚାୟତ ଜଗ । ମୁଁ ବି ଖାଉଛି ତମେ ବି ଖାଅ ଧରାପଡିଲେ ଜେଲ୍‌କୁ ଯାଅ । ନବୀନ ସରକାରଙ୍କ ଏକ ନବୀନ ଭାବମୂତି ସ୍ପଷ୍ଟ ଦେଖାଗଲାଣି । ଓଡ଼ିଶାରେ ଅପରାଧ କରି ଜେଇ, ତହସିଲଦାର, ଆରଆଇ ଧରାପଡୁଛନ୍ତି କିନ୍ତୁ ଯେଉଁମାନଙ୍କ ସଂରକ୍ଷଣରେ ଏମାନେ କାର୍ଯ୍ୟ କରୁଛନ୍ତି ସେହି ବାବୁମାନେ ଧରାପଡୁନାହାନ୍ତି କାହିଁକି ? ସେମାନଙ୍କୁ ସୁରକ୍ଷା ଦେଉଛି କିଏ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବାବୁଙ୍କ ପଛରେ ଅଛନ୍ତି କି? ସେହିପରି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବରେ ମହିଳାମାନେ ଅପରାଧରେ ଶିକାର ହୋଇ ନ୍ୟାୟ ପାଇବାରୁ ବଂଚିତ ଅଛନ୍ତି । ବେବିନା, ମାଧବୀଲତା, ଇତିଶ୍ରୀ, ସ୍ମିତାରାଣୀଙ୍କୁ ଯେଉଁମାନେ ହତ୍ୟା କରିଛନ୍ତି ସେମାନେ କାହିଁକି ଧରାପଡୁନାହାନ୍ତି ଏହାର ଉତର ନବୀନ ବାବୁ ଦେବେ କି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଶାରେ ଦିନକୁ ଦିନ ଅପରାଧ କାୟା ବିସ୍ତାର କରୁଛି । ଅପରାଧ ନିୟନ୍ତ୍ରଣ କରିବାର ଦାୟିତ୍ୱ ଗୃହବିଭାଗର । ଏହି ଗୃହବିଭାଗର ମୁଖିଆ ନବୀନ ବାବୁ । ନବୀବ ବାବୁ ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ନବୀନ ଶାସନରେ ପ୍ରତ୍ୟେକ ଦିନ ନୂଆ ନୂଆ ଢ଼ଙ୍ଗର ଅପରାଧ ଅବତୀର୍ଣ୍ଣ ହେଉଛି । ନିର୍ମଳ ଭାବମୂତି ପାଇଁ ଗୋଟିଏ ସମୟରେ ନିଜ ମନ୍ତ୍ରୀମଣ୍ଡଳୀରୁ ୩ଟି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପଦଚ୍ୟୁତ କରିଦେଇଥିଲେ, ପରବର୍ତୀ ସମୟରେ ପ୍ରମାଣିତ ହୋଇପାରିନଥିଲା । ଶାସକ ଦଳର ମନ୍ତ୍ରୀ, ନେତା, ବିଧାୟକ ଓ ସାଂସଦମାନେ ଅପରାଧରେ ଲିପ୍ତ ରହୁଛନ୍ତି କିନ୍ତୁ ନବୀନ ବାବୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ ସୁରକ୍ଷା ଦେଉଛନ୍ତି । ନିର୍ବାଚନ ସମୟରେ ଅପରାଧୀ ନେତାଙ୍କ ପିଲାକୁ ଶାସକ ଦଳ ଟିକେଟ୍ ଦେଉଛି । ନବୀନ ବାବୁ ଓଡ଼ିଶାରେ ଅପରାଧ ବଢ଼ିବାର ସୁବ୍ୟବସ୍ଥା କରିଛନ୍ତି ।
    ନିର୍ବାଚନ ସମୟ ଆସିଲେ ମୁଖ୍ୟମନ୍ତ୍ରୀ ପିସି ଓ ଦୁର୍ନୀତି ମୁକ୍ତ ଓଡ଼ିଶା ବୋଲି ଓଡ଼ିଶାବାସୀଙ୍କୁ କୁହନ୍ତି କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଓଡ଼ିଶାର ଲୋକେ ହୃଦୟଙ୍ଗମ କରିସାରିଲେଣି । ଓଡ଼ିଶାର ସର୍ବବୃହତ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତିରେ ନବୀନ ଓଡ଼ିଶାଙ୍କ ହାତ ରହିଛି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ କମ୍ପାନୀ ବସିବା ବେଳେ ସାହାର୍ଯ୍ୟ କରିବା ସହ ଉଦ୍‌ଘାଟନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ସେହି କମ୍ପାନୀମାନଙ୍କଠାରୁ କେତେ ଟଙ୍କା ସିଜ୍ କଲେ ତାହାର ଉତର ଦିଅନ୍ତୁ । ଗୋଟିଏ ଅପରାଧରେ ଦଣ୍ଡିତ ଧରାଯାଉ ନାହିଁ । ପ୍ରତ୍ୟେକ ଦିନ ସାଇବର କ୍ରାଇମ ହେଉଛି, ମୁଖ୍ୟମନ୍ତ୍ରୀ କାହିଁକି ନିୟନ୍ତ୍ରଣ କରୁନାହାନ୍ତି । ନବୀନ ବାବୁଙ୍କ ଉପରେ ଓଡିଶାବାସୀଙ୍କ ବିଶ୍ୱାସ କମିଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଉଚିତ ଜବାବ ଦେବେ ।
    ଓଡ଼ିଶାରେ ନିର୍ବାଚନ ଉସ୍ମତା କାୟା ବିସ୍ତାର କରିଛି । ନିର୍ବାଚନରେ ଜନତା ୨ଟି କଥାକୁ ହୃଦୟଙ୍ଗମ କରନ୍ତି ସେଗୁଡିକ ହେଲା-ପୂର୍ବରୁ ଯେଉଁ ରାଜନୈତିକ ଦଳ ନିର୍ବାଚନ ଜିତିଥାଏ ସେ ବିଗତ ବର୍ଷର ହିସାବ ଜନତାଙ୍କୁ ଦେଇଥାଏ ଏବଂ ଅନ୍ୟଟି ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସିବାକୁ ଚାହେଁ ଆଗାମୀ ଦିନରେ ତାର କାର୍ଯ୍ୟକଳାପ, ସଂକଳ୍ପ ପତ୍ର ଲୋକଙ୍କ ସାମ୍ନାରେ ଉପସ୍ଥାପିତ କରେ । ବିଜେପି ସରକାରକୁ ଆସିଲେ ଓଡ଼ିଶାରେ ଅପରାଧକୁ ସମୂଳେ ଧ୍ୱଂସ କରିବେ ବୋଲି ଶ୍ରୀ ଶର୍ମା କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.2 ° C
    27.2 °
    27.2 °
    80 %
    2kmh
    1 %
    Mon
    27 °
    Tue
    40 °
    Wed
    41 °
    Thu
    40 °
    Fri
    39 °

    ସମ୍ବନ୍ଧିତ