Tuesday, October 6, 2026
23.4 C
Odisha

    ସୁଦର୍ଶନ ସେତୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ସେ ରବିବାର ଭାରତର ସର୍ବବୃହତ କେବୁଲ ବିଜ୍ ସୁଦର୍ଶନ ସେତୁ ଲୋକାର୍ପିତ କରିଛନ୍ତି। ଏହା ଓଖା ସହିତ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ। ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେଏହା ନିର୍ମିତ ହୋଇଛି। ଦ୍ୱାରକାଧିଶ ମନ୍ଦିର ପରିଦର୍ଶକମାନଙ୍କ ପାଇଁ ଏହି ସେତୁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ପ୍ରମାଣିତ ହେବ।ଓଖା ମେନଲ୍ୟାଣ୍ଡ୍କୁ ବେଟ୍ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ବ୍ରିଜ୍ ଏହି ଅଞ୍ଚଳର ସଂଯୋଗ ପାଇଁ ଏକ ନୂତନ ଅଧ୍ୟା‌ୟ ସୃଷ୍ଟି କରିବ। ସୁଦର୍ଶନ ସେତୁ ହେଉଛି ଭାରତର ଦୀର୍ଘତମ କେବୁଲ ସ୍ଥାୟୀ ସେତୁ। ଏଥିରେ ଫୁଟପାଥର ଉପର ଭାଗରେ ସୌ ର ପ୍ୟାନେଲ ଲଗାଯାଇଛି, ଯାହା ଏକ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବାକୁ ସକ୍ଷମ ହେବ। ଚାରି ଲେନ ବିଶିଷ୍ଟ ସେତୁର ଉଭୟ ପାର୍ଶ୍ୱରେ ୫୦ମିଟର ଚଉଡା ଫୁଟପାଥ ଅଛି ।ଅକ୍ଟୋବର ୨୦୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୁଦର୍ଶନ ବ୍ରିଜର ଉଭୟ ପାର୍ଶ୍ୱରେ ଭଗବଦ୍ ଗୀତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି ରହିଛି।
    ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ଦ୍ୱାରକାଧିଶ ମନ୍ଦିରରେ ପହଞ୍ଚିବା ପାଇଁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା। ମାତ୍ର ଏବେ ସୁଦର୍ଶନ ସେତୁ ନିର୍ମାଣ ଦ୍ବାରା ସେମାନଙ୍କ ପାଇଁ ମନ୍ଦିର ଯିବା ଆସିବାରେ ସୁବିଧା ହେବ।

    ପ୍ରଧାନମନ୍ତୀ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ରାଜକୋଟରେ ଗୁଜରାଟର ପ୍ରଥମ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ଉଦଘାଟନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଏନଏଚଏଆଇ, ରେଳବାଇ, ଶକ୍ତି, ପେଟ୍ରୋକେମିକାଲ୍ସ, ସଡକ ଏବଂ କୋଠା ଭଳି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଭାଗର ୪୮,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    76 %
    1.6kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ