Monday, June 22, 2026
36 C
Odisha

    ୪୦ ସ୍କୁଲ ବନ୍ଦ କରିଥିଲେ ତତ୍କାଳୀନ ସରକାର, ଏବେ ମୋହନ ମାଝୀଙ୍କ ଉପରେ ଭରସା

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଶିକ୍ଷାର ବ୍ୟବସ୍ଥା କିପରି ଚାଲିଛି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଦୁର୍ଗମ ଅଂଚଳରେ ରହିଥିବା ବିଦ୍ୟାଳୟ ଗୁଡିକରେ ପିଲା ସଂଖ୍ୟା କମ ଥିବା ବେଳେ ଏହା ନିୟମିତ ଚାଲୁନଥିବା ଦର୍ଶାଇ ଏଭଳି ବିଦ୍ୟାଳୟଗୁଡିକକୁ ତତ୍କାଳୀନ ସରକାର ବନ୍ଦ କରିଦେଲେ। ତେବେ ସେହି ପିଲାମାନଙ୍କୁ ପାଖ ସ୍କୁଲରେ ନାମ ଲେଖାଗଲା। କିନ୍ତୁ ଏହା ବୁମେରାଂ ହେଲା। ପିଲା ପାଖ ସ୍କୁଲକୁ ନିୟମିତ ଗଲେ ନାହିଁ। ଫଳରେ ଡ୍ରପଆଉଟ ହେଲ। ସରକାର ଯାହା ଚିନ୍ତା କରିଥିଲେ ତାହା ଫଳପ୍ରଦ ହେଲା ନାହିଁ। ସ୍କୁଲ ବନ୍ଦ ହେଲା, ପିଲା ବି ସ୍କୁଲ ଯିବା ବନ୍ଦ କଲେ। କେବଳ କାଗଜ କଲମରେ ପିଲାଙ୍କ ନାମ ରହିଲା।

    ରିପୋର୍ଟ ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକର ବାତନିଗୁଡା ପ୍ରାଥମିକ ବିଦ୍ୟାଳୟରେ ୮ ଜଣ ପିଲା ରହିଥିବାରୁ ଏହା ବନ୍ଦ କରାଗଲା।ଏହି ବ୍ଲକର ଭାଲୁଗୁଡା ପିଏସରେ ୧୨ଟି ପିଲା, ବିରନପାଲି ଏନପିଏସରେ ୧୫ ପିଲା, ବୁରୁଦାଗୁଡା ଏନପିଏସରେ ୯ଟି ପିଲା, ଗାନ୍ଧୀଗୁଡା ଏନପିଏସରେ ୧୦ଟି ପିଲା, ଗୌଡଗୁଡା ଏନପିଏସରେ ୧୫ ପିଲା, ଗୁରନାମଗୁଡା ଏନପିଏସରେ ୧୫ ପିଲା, ଜାରିଗୁଡା ଏନପିଏସରେ ୭ଟି ପିଲା, କତାଗୁଡା ଏନପିଏସରେ ୧୦ଟି ପିଲା, କେନ୍ଦୁଗୁଡା ଏନପିଏସରେ ୧୨ଟି ପିଲା, କୋଡେଲଗୁଡା ଏନପିଏସରେ ୧୪ଟି ପିଲା, ମାଝିଗୁଡା ଏନପିଏସରେ ୧୦ଟି ପିଲା, ମାରିଗୁଡା ଏନପିଏସରେ ୬ଟି ପିଲା, ଏମପିଭି-୭୬ ପିଏସରେ ୧୪ଟି ପିଲା, ପେଙ୍କୁରାଇ ପିଏସରେ ୧୪ଟି ପିଲା, ପୋଟାଖାଲ ପିଏସରେ ୧୫ଟି ପିଲା ଯୋଗୁଁ ସ୍କୁଲ ବନ୍ଦ ହେଲା।

    ସେହିପରି ଖଇରପୁଟ ବ୍ଲକର ଅଣ୍ଡେଇପଦର ପିଏସରେ ୧୨ଟି ପିଲା, କନ୍ଧଗୁଡା ପିଏସରେ ୧୫ ପିଲା ଥିବା ଯୋଗୁଁ ସ୍କୁଲ ବନ୍ଦ ହେଲା।ସେହିପରି କୋରକୋଣ୍ଡା ବ୍ଲକର ଚିମଟାପାଲୀ ପିଏସରେ ୧୫ଟି ପିଲା, ଡଙ୍ଗାଗୁଡା ପିଏସରେ ୧୪ଟି ପିଲା, କୁମ୍ଭିଗୁଡା ପିଏସରେ ୧୨ଟି ପିଲା, ଏମପିଭି-୧୬ରେ ୧୩ଟି ପିଲା, ନନ୍ଦଗୁଡା ପିଏସରେ ୧୩ଟି ପିଲା, ନିଲିଗୁଡା ଏନପିଏସରେ ୧୧ଟି ପିଲା, ସୀମାକୋଣ୍ଡା ପିଏସରେ ୧୨ଟି ପିଲା, ଚିତ୍ରକୋଣ୍ଡା ବ୍ଲକର ନୂଆଗୁଡା ପିଏସରେ ୧୦ଟି ପିଲା, ସାଇପାର ପିଏସରେ ୧୨ଟି ପିଲା ଥିବାରୁ ସ୍କୁଲ ବନ୍ଦ ହେଲା।

    ମାଲକାନଗିରି ବ୍ଲକର କୁଡୁଗୁଡା ପିଏସରେ ୧୪ଟି ପିଲା, ଏମଭି୦-୧୦୨ ପିଏସରେ ୧୫ଟି ପିଲା, ତେନ୍ତୁଳିଗୁଡା ଏନପିଏସରେ ୧୫ଟି ପିଲା, ମାଥିଲି ବ୍ଲକର ଆମପଡା ପିଏସରେ ୧୩ଟି ପିଲା, ଜବାଗୁଡା ପିଏସରେ ୧୪ଟି ପିଲା, ମେସଗାନ୍ଧୀ ପିଏସରେ ୧୪ଟି ପିଲା, ସିରାଗୁଡା ପିଏସରେ ୧୪ଟି ପିଲା ଥିବା ଯୋଗୁଁ ସ୍କୁଲ ବନ୍ଦ ହୋଇଥିଲା। ପଡିଆ ବ୍ଲକର ବାଡିଙ୍ଗଗୁଡା ଏନପିଏସରେ ୧୧ଟି ପିଲା,ବୋଜାଗୁଡା ପିଏସରେ ୧୪ଟି ପିଲା, ଦୁରବାଗୁଡା ଏନପିଏସରେ ୧୨ଟି ପିଲା, ଗୋପୀନାଥଗୁଡା ଏନପିଏସରେ ୧୫ଟି ପିଲା ଏବଂ ଏମପିଭି-୪୩ ଏନପିଏସରେ ୧୩ଟି ପିଲା ଯୋଗୁଁ ସ୍କୁଲ ବନ୍ଦ ହୋଇଛି।

    ତେବେ ମୋଟ ଜିଲ୍ଲାର ସାତୋଟି ବ୍ଲକରେ ୪୦ଟି ବିଦ୍ୟାଳୟରେ ୪୯୭ ଜଣ ପିଲା ନିଜ ଗାଁରେ ପାଠ ପଢିବାରୁ ବଂଚିତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେତେ ଜଣ ସ୍କୁଲ ଯାଉଛନ୍ତି ଓ କେତେ ଜଣ ଡ୍ରପ ଆଉଟ ହୋଇଛନ୍ତି ତାହା ତଦନ୍ତ ସାପେକ୍ଷ। ତତ୍କାଳୀନ ସରକାର କମ୍ ପିଲା ଦର୍ଶାଇ ବନ୍ଦ କରିଥିବା ବେଳେ ଏବେ ନୂଆ ସରକାର ଡ୍ରପ ଆଉଟ ହୋଇଥିବା ପିଲାଙ୍କୁ ଏକତ୍ର କରି ଏହି ବିଦ୍ୟାଳୟଗୁଡିକକୁ ପୁଣି ଚାଲୁ କେବେ କରିବେ ତାହା ଦେଖିବାକୁ ବାକି ରହିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    34 %
    4kmh
    62 %
    Mon
    35 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ