Saturday, August 2, 2025
26.1 C
Odisha

    ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନି, କେବଳ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ଏମିତି ଚର୍ଚ୍ଚା ହେଉଛି: ପୃଥ୍ୱୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ବଡ ବୟାନ ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସେ ବାବଦରେ କୌଣସି ଆଲୋଚନା ମଧ୍ୟ ହୋଇନି । ରାଜ୍ୟ ନେତୃତ୍ୱ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢିଲେ ଭଲ ପ୍ରଦର୍ଶନ କରିବ । ଏକଥାରେ ଦଳ ବିଶ୍ୱାସ କରେ । ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହାକୁ ମାନି ଆଗକୁ ବଢିବ ଦଳ । ମେଣ୍ଟକୁ ନେଇ ସେଭଳି କୌଣସି ଚର୍ଚ୍ଚା ନାହିଁ । କେବଳ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ଏମିତି ଚର୍ଚ୍ଚା ହେଉଛି । ଏପରିକି କିଛି ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ଆସନ ନେଇ ଖବର ପ୍ରସାରିତ ହେଉଛି । ବିଜେପି ଏକା ଲଢିବାର ବହୁତ ସମ୍ଭାବନା ଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ମେଣ୍ଟ କେବଳ କପଳ୍ପୋକଳ୍ପିତ ବୋଲି କହିଛନ୍ତି ପୃଥ୍ୱୀରାଜ ।
    ଅନ୍ୟପଟେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସନ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ମେଣ୍ଟ ନେଇ ସସପେନ୍ସ ଲାଗି ରହିଛି । ଉଭୟ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଅଙ୍କ ଛିଣ୍ଡୁନି । ଏହି ୨ ଆସନ ବିଜେଡି ରଖିବାକୁ ଚାହୁଁଛି । ବିଜେପି ୧୦୦ରୁ ଅଧିକ ଆସନ ବିଜେଡିକୁ ଛାଡିବାକୁ ଚାହୁଁନି । ରାଜ୍ୟରେ ବିଜେପି ଏକାକୀ ଲଢିଲେ ଭଲ ପ୍ରଦର୍ଶନ କରିବ ବୋଲି ରାଜ୍ୟ ନେତୃତ୍ୱ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇଛନ୍ତି । ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    86 %
    1.7kmh
    100 %
    Sat
    26 °
    Sun
    32 °
    Mon
    33 °
    Tue
    35 °
    Wed
    34 °

    ସମ୍ବନ୍ଧିତ