Monday, October 5, 2026
22.4 C
Odisha

    ହଠାତ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରିୟଙ୍କା ଗାନ୍ଧୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ | ହଠାତ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି | ଏହି କାରଣରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ। ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାର ସାମିଲ ହେବେ।ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି ଯେ, ‘ମୁଁ ବହୁତ ଉତ୍ସୁକତାର ସହିତ ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିବାକୁ ଅପେକ୍ଷା କରିଥିଲି | କିନ୍ତୁ ଅସୁସ୍ଥତା ହେତୁ ମୋତେ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା। ମୋର ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ହେବା ମାତ୍ରେ ମୁଁ ଏହି ଯାତ୍ରାରେ ଯୋଗଦେବି | ସେପର୍ଯ୍ୟନ୍ତ ଯାତ୍ରାରେ ସାମିଲ ହେଉଥିବା ସମସ୍ତ ଯାତ୍ରୀ, ଉତ୍ତରପ୍ରଦେଶରେ ଥିବା ମୋର ସହକର୍ମୀ ଏବଂ ପ୍ରିୟ ଭାଇ-ଭଉଣୀମାନଙ୍କୁ ଶୁଭକାମନା ଜଣାଉଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ