Tuesday, March 31, 2026
38.2 C
Odisha

    ରାଜଧାନୀର ଡାକ୍ତରଖାନା ରେ ଡାକ୍ତର ନାହାନ୍ତି ପ୍ରତିବାଦରେ ସତ୍ୟାଗ୍ରହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୮/୦୨: ଏକାମ୍ର ନିର୍ବାଚନ ମଣ୍ଡଳୀର କପିଳପ୍ରସାଦ- ସୁନ୍ଦରପଦା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ରାଜ୍ୟ ସରକାର ଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ନିଯୁକ୍ତି ନହେବା ପ୍ରତିବାଦରେ ୱାର୍ଡ଼ ନଂ ୬୭ ର କର୍ପୋରେଟର ମଧୁସ୍ମିତା ପ୍ରଧାନ ଓ ସ୍ଥାନୀୟ ଜନସାଧାରଣ ମେଡ଼ିକାଲ ସମ୍ମୁଖ ରେ ସତ୍ୟାଗ୍ରହ ରେ ବସିଛନ୍ତି। ଏହି ସତ୍ୟାଗ୍ରହ ରେ ବିଜେପି ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଯୋଗଦେଇ କହିଥିଲେ ଯେ, ସବୁ ବେଳେ ମୁଖ୍ୟମନ୍ତ୍ରୀ କୁହନ୍ତି ଯେ ସମଗ୍ର ଓଡ଼ିଶା ବାସୀ ମୋ ପରିବାର ହେଲେ ତାଙ୍କ ବାସଭବନ ଠାରୁ ଗୋଟେ କିଲୋମିଟର ଦୂରରେ ଏଭଳୀ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିଲେ ମୁଖ୍ୟମନ୍ତ୍ରୀ ଙ୍କ କଥା ହାସ୍ୟାସ୍ପଦ ଭଳି ଲାଗୁଛି। ଯଦି ରାଜଧାନୀ ଭୁବନେଶ୍ୱର ରେ ଅବସ୍ଥିତ ମେଡ଼ିକାଲ ରେ ଡାକ୍ତର ରହୁନାହାନ୍ତି ତେବେ ଦୂର ଦୁରନ୍ତର କଥା ଭାବିଲେ ମନରେ ଭୟ ସୃଷ୍ଟି ହେଉଛି। ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ଏହି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ଦୀର୍ଘ ଦିନର ଶାସନ ପରେ ବି। ପ୍ରଚାର ସର୍ବସ୍ୱ ଏହି ସରକାର କେବଳ ବିକାଶ ବିଜ୍ଞାପନ ରେ କରିଛି ସତରେ ନୁହେଁ। ଏହି ହସ୍ପିଟାଲ୍ ଉପରେ ଆଖ ପାଖ ଅଞ୍ଚଳର ବହୁ ଲୋକ ନିର୍ଭରଶିଳ ମାତ୍ର ଦୀର୍ଘ ଦିନ ଧରି ଏଠାରେ କୌଣସି ଡାକ୍ତର ନିଯୁକ୍ତି ହେଉନାହାନ୍ତି,ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟ ସେବା ରେ ଆଗୁଆ ବୋଲି ଦିଣ୍ଡିମ ପିଟୁଥିବା ବିଜେଡ଼ି ସରକାର ଙ୍କ ଅସଲ ମୁଖା ମୁଖ୍ୟମନ୍ତ୍ରୀ ଙ୍କ ଘର ନିକଟ ହସ୍ପିଟାଲରେ ଡାକ୍ତର ଅଭାବ କୋଲିଦେଇଛି। ଏହି ଗଣ ସତ୍ୟାଗ୍ରହ ଏଭଳୀ ଚାଲିଥିବ ଜେପଜ୍ୟନ୍ତ କୁମ୍ଭକର୍ଣ୍ଣ ବିଜେଡ଼ି ସରକାର ଙ୍କ ନିଦ ନ ଭାଙ୍ଗୁଛି। ବିଜେଡ଼ି ସରକାର ରେ ଆଜି ନିର୍ବାଚିତ କର୍ପୋରେଟର ସତ୍ୟାଗ୍ରହ ରେ ବସୁଛନ୍ତି ଜନତାଙ୍କ ମୌଳିକ ହକ ପାଇଁ ଏହାଠାରୁ ଦୁର୍ଭାଗ୍ୟର ବିଷୟ କଣ ହୋଇପାରେ। ଏଠାରୁ ନିର୍ବାଚିତ ବିଧାୟକ ଓ ମନ୍ତ୍ରୀ ମହୋଦୟ ଙ୍କ ନିରବତା ଅବଲମ୍ବନ କଣ ସୂଚାଉଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ କପିଳପ୍ରସାଦ ହସ୍ପିଟାଲ୍ ରେ ଡାକ୍ତର ନିଯୁକ୍ତି ହେଉ ନାହିଁ କାହିଁକି ବୋଲି ଶ୍ରୀ ସିଂ ପ୍ରଶ୍ନ କରିଥିଲେ।
    ଆଜି ର ସତ୍ୟାଗ୍ରହ ରେ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ,ସମାଜ ସେବୀ ନୀଳମଣି ମିଶ୍ର,ବିଜେପି ନେତା ତାପସ ଦଳାଇ,ସୁଭାଷିନୀ ପୃଷ୍ଟି, ଇଦିସ୍ ଭୁଇଁଆ,ବିଜୟ ସାହୁ,ଜ୍ୟୋତ୍ରିମଇ ଅଗରୱା,ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ