Sunday, October 4, 2026
30.6 C
Odisha

    ଆସିଲା ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ । ଘରୋଇ ବିଶ୍ୱବିଦ୍ୟାଳୟଠୁ ପଛରେ ସରକାରୀ । ଶ୍ରେଷ୍ଠ ୧୦୦ ମଧ୍ୟରେ ବି ମିଳୁନି ସ୍ଥାନ

    ଆଗକୁ ପଢନ୍ତୁ

    ସୁଧୁରୁନି ଉଚ୍ଚଶିକ୍ଷାର ସ୍ଥିତି। ରାଜ୍ୟରେ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଅର୍ଥ ପ୍ରଦାନ ପରେ ବି ବଢ଼ୁନି ଗୁଣାତ୍ମକ ଶିକ୍ଷାର ମାନ। ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହୋଇଛି ଏନଆଇଆରଏଫ ରାଙ୍କିଙ୍ଗ୍। ହେଲେ ବିଶ୍ୱବିଦ୍ୟାଳୟ ଓ ସାମଗ୍ରିକ ବର୍ଗରେ ଓଡ଼ିଶାର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ମଧ୍ୟରେ ନାହିଁ। ଗତ ଦୁଇ ବର୍ଷ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ମଧ୍ୟରେ ରହୁଥିଲା। ୨୦୨୨ମସିହାରେ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ୮୮ ଓ ୨୦୨୩ରେ ୯୩ତମ ସ୍ଥାନରେ ରହିଥିଲା। କିନ୍ତୁ ଚଳିତଥର ଶ୍ରେଷ୍ଠ ୧୦୦ ତାଲିକାରେ ନିଜ ସ୍ଥାନ ବଜାୟ ରଖିପାରିନାହିଁ। ସାମଗ୍ରିକ ବର୍ଗରେ ୧୫୧ରୁ ୨୦୦ ମଧ୍ୟରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ହେଲେ ରାଜ୍ୟ ବର୍ଗରେ ଉକଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୫୦ ମଧ୍ୟରେ ୪୨ତମ ସ୍ଥାନରେ ରହିଛି।

    ମନ୍ତ୍ରୀ ମାନିଲେ ଦୋଷ ଥିଲା
    ଭୁଲ ସୁଧାରିବାକୁ ଦାୟିତ୍ୱ ନେଲା ବିଭାଗ
    ତେବେ ଏତେ ଯୋଜନା ପରେ କାହିଁକି ପଛରେ ପଡୁଛି ସରକାରୀ ବିଶ୍ୱବିଦ୍ୟାଳୟ? ଏବେ ସରକାର ବଦଳିଛି ଆଉ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରକୁ ଏ ସମ୍ପର୍କରେ ବାରମ୍ବାର ଅବଗତ କରାଯାଇଥିଲା। ହେଲେ ତତ୍କାଳୀନ ସରକାର କିଛି ପଦକ୍ଷେପ ନେଇନାହାନ୍ତି। କିନ୍ତୁ ବର୍ତ୍ତମାନ ସରକାର ଦୋଷ ଦୁର୍ବଳତା ଲୁଚାଇବା ବଦଳରେ ଉଚ୍ଚ ଶିକ୍ଷାକୁ କିପରି ଆଗକୁ ନିଆଯାଇପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ।

    ସୂଚନାଯୋଗ୍ୟ ଯେ, ଭିତ୍ତିଭୂମି ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଉଚ୍ଚ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଆଗାମୀ ଦିନରେ ରାଜ୍ୟର ବିଶ୍ୱବିଦ୍ୟାଳୟ ବାହାର ରାଜ୍ୟ ସହ କିପର ପ୍ରତିଦ୍ୱନ୍ଦ୍ୱିତା କରିବେ, ସେ ଦିଗରେ ପଦକ୍ଷେପ ନେବା ନିହାତି ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ