Thursday, September 19, 2024
23 C
Odisha

    ୱେଟ୍ ଲସ୍ ପାଇଁ ଲାଭଦାୟକ ହୋଇପାରେ ମୁଢ଼ି, ଏଭଳି କରିପାରିବେ ଡାଏଟରେ ସାମିଲ

    ଆଗକୁ ପଢନ୍ତୁ

    ସମସ୍ତେ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକ ଚା’ ସହିତ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି ତ କିଛି ଲୋକ ଅଫିସରେ କାମ କରିବା ସମୟରେ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି । ତେବେ ସ୍ନାକ୍ସରେ ପ୍ରାୟ ଲୋକେ ଚଟପଟା ଏବଂ ନମକିନ ଜିନିଷ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ନିଜ ସ୍ନାକ୍ସରେ ହେଲ୍ଦି ଜିନିଷ ମଧ୍ୟ ସାମିଲ କରିପାରିବେ ଯାହା ଦ୍ୱାରା ଆପଣଙ୍କ ଶରୀର ଏନର୍ଜି ପାଇବ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୁଏ ।

    ଏଥିପାଇଁ ଆପଣ ମୁଢ଼ି଼କୁ ସ୍ନାକ୍ସ ଭାବରେ ଖାଇପାରିବେ । ଏହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ବ୍ୟତୀତ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ମୁଢ଼ିରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ । ଫାଇବରରେ ଭରପୂର ଜିନିଷ ଖାଇବା ଦ୍ୱାରା ପେଟ ବହୁତ ସମୟ ପର୍ଯ୍ୟନ୍ତ ଫୁଲ୍ ଲାଗିଥାଏ ଯାହା ୱେଟ ଲସ୍ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

    ମୁଢ଼ି ଆମ ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ, ବିଶେଷତଃ ଯେତେବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ସଠିକ୍ ତେଲ ଏବଂ ମସଲା ବ୍ୟବହାର କରାଯାଏ ତେବେ ଆପଣ ଏହାକୁ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ ।

    ସ୍ନାକ୍ସ:
    ଆପଣ ସ୍ନାକ୍ସ ଭାବରେ ମଧ୍ୟ ସିଧାସଳଖ ମୁଢ଼ି ଖାଇପାରିବେ । ଆପଣ ଟିକେ ଲୁଣ ଏବଂ ଲଙ୍କା ଗୁଣ୍ଡ ମିଶାଇ ଏହାକୁ ସ୍ୱାଦିଷ୍ଟ କରି ସ୍ନାକ୍ସ ଭାବରେ ଖାଇପାରିବେ । ଯେଉଁ ଲୋକମାନଙ୍କୁ ମସଲାଯୁକ୍ତ ଖାଦ୍ୟ ପସନ୍ଦ ନୁହେଁ ସେମାନେ ଏଭଳି ମୁଢ଼ି ଖାଇପାରିବେ ।

    ପୋହା:
    ଯେଉଁ ଲୋକମାନଙ୍କୁ ମସଲାଯୁକ୍ତ ଖାଦ୍ୟ ପସନ୍ଦ ସେମାନେ ମୁଢ଼ିରେ ପୋହା ତିଆରି କରି ମଧ୍ୟ ଖାଇପାରିବେ । ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ । ଗରମ ତେଲରେ ପିଆଜ, କଞ୍ଚାଲଙ୍କା, ସୋରିଷ, ଭୃସଙ୍ଗ ପତ୍ର ଏବଂ ଆପଣଙ୍କ ପ୍ରିୟ ମସଲା ମିଶାଇ ସୁସ୍ୱାଦୁ ପୋହା ତିଆରି କରିପାରିବେ । କିନ୍ତୁ ଗୋଟିଏ ଜିନିଷ ଧ୍ୟାନରେ ରଖନ୍ତୁ ସବୁବେଳେ ତେଲ, ମସଲା କମ୍ ପରିମାଣରେ ବ୍ୟବହାର ଉଚିତ ।

    ମୁଢ଼ି ଚାଟ୍:
    ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି, ତେବେ ଆପଣ ମୁଢ଼ି ଚାଟ୍ ତିଆରି କରି ଏହାକୁ ଖାଇପାରିବେ । ଏଥିପାଇଁ ଆପଣ ମୁଢ଼ିରେ ସିଝା ଆଳୁ, ପିଆଜ, ଟମାଟୋ, ଗ୍ରୀନ ଚଟନି, ଇମଲି ଚଟନି ଏବଂ ଚାଟ୍ ମସଲା ମିଶାଇ ଦିଅନ୍ତୁ । ଏହା ପରେ ମୁଢ଼ି ଚାଟର ମଜା ନିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ