Friday, April 3, 2026
36.1 C
Odisha

    ପୂଜା ସମୟରେ ତଳେ ରଖନ୍ତୁନି ଏସବୁ ଜିନିଷ

    ଆଗକୁ ପଢନ୍ତୁ

    ପୂଜାପାଠ କରିବା ସମୟରେ ଅନେକ ପୂଜାଦ୍ରବ୍ୟର ଆବଶ୍ୟକତା ହୋଇଥାଏ। ଯେମିତି ଧୂପ,ଦୀପ, ଶଙ୍ଖ, ଅକ୍ଷତ, ଫୁଲ, ଫଳ ଇତ୍ୟାଦି। ତେବେ ଏମିତି କିଛି ପୂଜାଦ୍ରବ୍ୟ ରହିଛି, ଯାହାକୁ ତଳେ ରଖିବା ଉଚିତ ନୁହେଁ। ସେମିତି କିଛି ଜିନିଷ ହେଉଛି –

    ମୂର୍ତ୍ତି

    ପୂଜାଘରକୁ ସଫା କରିବା ସମୟରେ ଠାକୁରଙ୍କ ମୂର୍ତ୍ତିକୁ ଚଟାଣ ଉପରେ ରଖନ୍ତୁ ନାହିଁ। ମୂର୍ତ୍ତିକୁ କୌଣସି ପିଢ଼ା, ସଫା ବସ୍ତ୍ର କିମ୍ବା ଥାଳି ଉପରେ ରଖିବା ଉଚିତ। ଠାକୁରଙ୍କ ମୂର୍ତ୍ତି ତଳେ ରଖିବା ଦ୍ବାରା ଘରର ସୁଖସମୃଦ୍ଧି ହାନି ହୋଇଥାଏ।

    ଦୀପ
    ପୂଜା କରିବା ସମୟରେ ଦୀପ ପ୍ରଜ୍ବଳନର ବିଧି ରହିଛି। ତେବେ ଦୀପକୁ କେବେ ମଧ୍ୟ ଭୂମି ଉପରେ ରଖିବା ଉଚିତ ନୁହେଁ। ଏହାକୁ ଥାଳି କିମ୍ବା ଦୀପ ଷ୍ଟାଣ୍ଡ ଉପରେ ରଖିବା ଦ୍ବାରା ପୂଜାର ଶୁଭଫଳ ମିଳିଥାଏ।

    ଶଙ୍ଖ
    ପୂଜା କରିବା ସମୟରେ ଶଙ୍ଖ ଫୁଙ୍କିବା ଶୁଭ ହୋଇଥାଏ। ପୂଜାଘରେ ଶଙ୍ଖ ରଖିବା ବହୁତ ଶୁଭ। କାରଣ ଶଙ୍ଖକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଘରେ ଶଙ୍ଖ ରଖିବା ଦ୍ବାରା ସୁଖ ସମୃଦ୍ଧି ଆସିଥାଏ ବୋଲି କୁହାଯାଏ। ତେବେ ଶଙ୍ଖକୁ କେବେ ମଧ୍ୟ ତଳେ ରଖିବା ଉଚିତ ନୁହେଁ। ଏହାଦ୍ବାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଏଥିଯୋଗୁ ଆର୍ଥିକ ସଙ୍କଟ ଦେଖାଯାଏ ବୋଲି କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ