Saturday, May 2, 2026
41.6 C
Odisha

    ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ବିଜେପିରେ ଯୋଗଦେଲେ ଜଣେ ବିଧାୟକ ଓ ଜଣେ ସାଂସଦ

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଜଳନ୍ଧର ସାଂସଦ ସୁଶିଲ କୁମାର ରିଙ୍କୁ ଓ ଜଳନ୍ଧର ପଶ୍ଚିମ ବିଧାୟକ ଶୀତଲ ଅଙ୍ଗୁରାମ ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟ ପହଂଚି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢୁଥିବା ବେଳେ ଆପ୍ ଓ କଂଗ୍ରେସ ମଧ୍ୟ ଅଲଗା ଅଲଗା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

    ଚଳିତ ଲୋକସଭା ନିର୍ବାଚନ ପାଇଁ ଜଳନ୍ଧର ସଂସଦୀୟ କ୍ଷେତ୍ରରୁ ଆମ୍ ଆଦମୀ ପାର୍ଟି ସୁଶିଲ କୁମାର ରିଙ୍କୁଙ୍କୁ ପ୍ରାର୍ଥୀ କରିଥିଲା । ଏହାପୂର୍ବରୁ ୨୦୨୩ ଉପ ନିର୍ବାଚନରେ ସୁଶିଲ କୁମାର ରିଙ୍କୁ ଆମ୍ ଆଦମୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

    ୨୦୨୩ ଉପ ନିର୍ବାଚନ ପୂର୍ବରୁ ସୁଶିଲ କୁମାର ରିଙ୍କୁ କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଏବେ ସ୍ପଷ୍ଟ ହୋଇଛି କି, ସୁଶିଲ କୁମାର ରିଙ୍କୁ ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢିବେ, ହେଲେ କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.6 ° C
    41.6 °
    41.6 °
    13 %
    6kmh
    25 %
    Sat
    41 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ