Friday, October 2, 2026
29.9 C
Odisha

    ସେବାୟତଙ୍କ ବିବାଦ ପାଇଁ ମହାପ୍ରଭୁଙ୍କ ନୀତି ବିଳମ୍ବ, ପୂର୍ବାହ୍ନ ୧୦ଟାରେ ହେଲା ମଙ୍ଗଳ ଆଳତି ନୀତି

    ଆଗକୁ ପଢନ୍ତୁ

    ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ । ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି । ଗତକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଏହି ବିବାହ ମହୋତ୍ସବ ନିମନ୍ତେ ମା’ ଲକ୍ଷ୍ମୀ ଠାକୁରାଣୀ ଦେବୀ ରୁକ୍ମିଣୀ ସାଜିଥାନ୍ତେ । ଶ୍ରୀମଦନମୋହନ ସାଜିଥାନ୍ତେ ଶ୍ରୀକୃଷ୍ଣ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହୋଇଥାନ୍ତା। ମାତ୍ର ସେବକଙ୍କ ମଧ୍ୟରେ ବିବାଦ ହେତୁ ଏହି ନୀତି ସମାପନରେ ବିଳମ୍ବ ହୋଇଛି। ଫଳରେ ଆଜି ଦ୍ୱାଦଶୀରେ ନୀତିକାନ୍ତିରେ ବିଳମ୍ବ ହେଉଛି। ବ୍ରାହ୍ମ ମୁହୂର୍ତ୍ତରେ ହେବାକୁ ଥିବା ମଙ୍ଗଳଆଳତି ନୀତି ପୂର୍ବାହ୍ନ ୧୦ଟା ପରେ ସମାପନ ହୋଇଛି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ